ନ୍ୟୁଜ ଡେକ୍ସ: ଆଜି ମାଷ୍ଟରକ୍ୟାଣ୍ଟିନ ସ୍ଥିତ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ସାଂସଦ ଅପରୀଜିତା ଷଡ଼ଙ୍ଗୀ । ରେଳ ବିଭାଗର ସମସ୍ଥ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଇଷ୍ଟକୋଷ୍ଟ ରେଲଓ୍ୱେର ଜିଏମଙ୍କ ସହ ଆଲୋଚନା କରିଛନ୍ତି ଅପରାଜିତା । ଏହା ସହ ନିର୍ଦ୍ଧାରିତ ସମୟ ସୁଦ୍ଧା ନବୀକରଣ କାମ ଶେଷ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଂସଦ । ନବୀକରଣ କାର୍ଯ୍ୟରେ କେବଳ ରେଳ ବିଭାଗ ନୁହେଁ, ବିଡିଏ, ନଗର ଉନ୍ନୟନ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ସମେତ ରାଜ୍ୟ ସରକାରଙ୍କର ଅନେକ ବିଭାଗ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସଂଶ୍ଳିଷ୍ଟ ରହି ସେମାଙ୍କର ଭୂମିକାକୁ ସଠିକ ଭାବରେ ନିଭାଉଛନ୍ତି।
ଯାହାର ଖୁବ୍ ପ୍ରଶଂସା କରିଛନ୍ତି ଭୁବନେଶ୍ୱର ସାଂସଦ। ଭୁବନେଶ୍ୱର ରେଳ ଷ୍ଟେସନର ଉନ୍ନତିକରଣ ଲାଗି ସାଧାରଣ ପ୍ରଶାସନ ବିଭାଗ ରେଳ ବିଭାଗକୁ ୧୨ ଏକରରୁ ଅଧିକ ଜମି ପ୍ରଦାନ କରିଛି। ତେବେ ଆଉ ୧ ଏକର ୨୩ ଡିସିମିଲ ଜମି ଆବଶ୍ୟକ ଥିବା ବିଡିଏକୁ ନିବେଦନ କରିଛି ଇଷ୍ଟକୋଷ୍ଟ ରେଲଓ୍ୱେ। ତାହା ମଧ୍ୟ ମିଳିଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା। ରେଳ ଷ୍ଟେସନକୁ ସଂଯୋଗ କରିବା ପାଇଁ ଅନ୍ୟ ଦୁଇଟି ରାସ୍ତା ଲାଗି କିଛି ଅନୁମତି ବାକି ରହିଛି।। ତେବେ ବିଡିଏ ଓ ଅନ୍ୟ ବିଭାଗ ସହ ଆଲୋଚନା କରି ଏହାର ସମାଧାନ କରିବାକୁ ଚେଷ୍ଠା କରିବେ ବୋଲି କହିଛନ୍ତି ଅପରାଜିତା।ଭୁବନେଶ୍ୱର ରେଳ ଷ୍ଟେସନର ଉନ୍ନତିକରଣ ଲାଗି ସାଧାରଣ ପ୍ରଶାସନ ବିଭାଗ ରେଳ ବିଭାଗକୁ ୧୨ ଏକରରୁ ଅଧିକ ଜମି ପ୍ରଦାନ କରିଛି । ତେବେ ଆଉ ଆବଶ୍ୟକ ଥିବା ୧ ଏକର ୨୩ ଡିସିମିଲ ଜମି ପାଇଁ ବିଡିଏକୁ ନିବେଦନ କରିଛି ଇଷ୍ଟକୋଷ୍ଟ ରେଲଓ୍ୱେ । ତାହା ମଧ୍ୟ ମିଶିଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା । ଏହାବାଦ୍ ରେଳ ଷ୍ଟେସନକୁ ସଂଯୋଗ କରିବା ଲାଗି ଅନ୍ୟ ଦୁଇଟି ରାସ୍ତା ଲାଗି କିଛି ଅନୁମତି ବାକି ରହିଛି ।
ତେବେ ବିଡିଏ ଏବଂ ଅନ୍ୟ ବିଭାଗ ସହ ଆଲୋଚନା କରି ଏହାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ଅପରାଜିତା । ୨୦୨୩ ମସିହା ମାର୍ଚ୍ଚ ମାସରୁ ଆରମ୍ୟ ହୋଇଛି ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାମ । ଯେଉଁଥିଲାଗି ୪୧୮ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨୦୦ କୋଟିରୁ ଅଧିକ ଟଙ୍କାର ଖର୍ଚ୍ଚ ସରିଲାଣି । ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ନୂଆ ଷ୍ଟେସନ ଲୋକାର୍ପିତ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଷ୍ଟେସନ କାର୍ଯ୍ୟକ୍ଷମ ହେଲେ ଏଠାରେ ଯାତ୍ରୀ ସଂଖ୍ୟା ବଢ଼ିବ ବୋଲି କହିଛନ୍ତି ଅପରାଜିତା ।
