Thu. Oct 23rd, 2025

ନ୍ୟୁଜ ଡେକ୍ସ: ଚିଲିକାର ସାତପଡ଼ାରେ ଚାଲିଛି ଡଲଫିନ୍‌ ଗଣନା। ଆଜିଠାରୁ ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଅର୍ଥାତ୍ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଡଲଫିନ ଗଣନା। ପ୍ରତିଦିନ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ ଗଣନା।

ସୂଚନାନୁଯାୟୀ, ସାତପଡ଼ା ରେଞ୍ଜ ପଟୁ ୮ଟି ଦଳ ଏବଂ ବାଲୁଗାଁ ରେଞ୍ଜ ପଟୁ ୧୦ ଟି ଦଳ ମୋଟ ୧୮ ଟି ଦଳ ଡଲଫିନ ଗଣନା ଜାରି ରଖିଥିବା ସହକାରୀ ବନ ସଂରକ୍ଷକ ପ୍ରମୋଦ କୁମାର ସେଠୀ ପ୍ରକାଶ କରିଛନ୍ତି। ଗୋଟାଏ ଦଳରେ ୮ ରୁ ୯ ଜଣ ଗଣନାକାରୀ ରହିଛନ୍ତି। ଏହି ଗଣନା ପ୍ରକ୍ରିୟାରେ ସିଡିଏର କର୍ମଚାରୀ, ବନ କର୍ମଚାରୀ, ଡଲଫିନ ବିଶେଷଜ୍ଞ, ସ୍ବେଚ୍ଛାସେବୀ, ପରିବେଶବିତଙ୍କ ସହିତ ବୋଟ୍ ଚାଳକ ସାମିଲ ହୋଇଛନ୍ତି । ଜିପିଏସ, ବାଇନାକୁଲାର, ରେଞ୍ଜ ଫାଇଣ୍ଡର ଦ୍ୱାରା ଗଣତି କରାଯାଉଛି।

୨୦ ତାରିଖଠାରୁ ବନ୍ୟପ୍ରାଣୀ ବିଶାରଦଙ୍କ ଦ୍ଵାରା ଗଣନା କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ, ୨୧ ଓ ୨୨ ତାରିଖରେ କେବଳ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ଗଣନା କାର୍ଯ୍ୟ କରିବ। ପ୍ରତି ଟିମ ପାଖରେ GPS ( ଜିପିଏସ ), ଡାଟା ସିଟ, କିଛି ଇକ୍ଯୁପମେଣ୍ଟ ସହିତ ଗୋଟିଏ ଡ଼ଙ୍ଗା ରହିବ।

Leave a Reply

Your email address will not be published. Required fields are marked *