ନ୍ୟୁଜ ଡେକ୍ସ: ରାଜନୀତି ପାଇଁ ସୁରଙ୍କ ଘରେ କଳି ! ପରିବାର ଦୁଇ ଫାଳ ! ବଡ଼ ଭାଇଙ୍କୁ ମନ୍ମଥଙ୍କ ବଡ଼ ଆକ୍ଷେପ । ନାଁ ନନେଇ ଭାଇଙ୍କୁ କହିଲେ, ଫ୍ରଡ୍ । ଦାଣ୍ଡରେ ପଡି ହାଟରେ ଗଡୁଛି ବରିଷ୍ଠ ରାଜନେତା ସୁର ରାଉତରାୟଙ୍କ ଘର କଳି । ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ କଂଗ୍ରେସରେ ତ ସାନପୁଅ ମନ୍ମଥ ରାଉତରାୟ ବିଜେଡିରେ ଅଛନ୍ତି । ଆଉ ରାଜନୈତିକ ମତଭେଦକୁ ନେଇ ସିଦ୍ଧାର୍ଥଙ୍କ ବିରୋଧରେ କଡା ଭାଷାରେ ବୟାନ ଦେଇଛନ୍ତି ମନ୍ମଥ।
ଗତ ନିର୍ବାଚନରେ ସିଦ୍ଧାର୍ଥ ନିମାପଡ଼ା ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ବେଲେ ଭୁବନେଶ୍ବର ଲୋକସଭାରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ମନ୍ମଥ ରାଉତରାୟ । ସୁରଙ୍କ ଦୁଇ ପୁଅ ଦୁଇ ଅଲଗା ଦଳରୁ ନିର୍ବାଚନ ଲଢିବା ନେଇ ସେତେବେଳେ ବି ଜୋରଦାର ଚର୍ଚ୍ଚା ହୋଇଥିଲା । ସେହିପରି ସୁର ରାଉତରାୟଙ୍କୁ ନେଇ ବିଜେପିର ବଡ଼ ନେତାଙ୍କୁ ଦିଲ୍ଲୀରେ ଦେଖା କରିଥିଲେ । ସେଠି ବି ରିଜେକ୍ଟ ହୋଇଥିଲେ । ଯଦି ସେ ଓଡ଼ିଶାକୁ ଏତେ ଭଲ ତେବେ ସେ ୧୮ ବର୍ଷ ଆମେରିକାରେ କ’ଣ କରୁଥିଲେ ।
ଏଠି ମା’-ବାପାଙ୍କୁ ଛାଡ଼ି ସେଠି କ’ଣ କରୁଥିଲେ । ଏଠି ବାପା-ମା’ଙ୍କ ସମ୍ପତିକୁ ବ୍ୟବହାର କରି ସେଠି କ’ଣ କରୁଥିଲେ । କାହିଁକି ତାଙ୍କ ପରିବାର ଆମେରିକାର ପାସ୍ପୋର୍ଟରେ ଅଛନ୍ତି । ଆମେ ତ ଆମ ମାଟିକୁ ଛାଡିନୁ । ଯେହେତୁ କିଛି ପାଇଲେନି ସେଥିପାଇଁ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି । ମୋ ଗୁରୁଙ୍କୁ ସେ ବ୍ୟକ୍ତି ଗାଳି କରୁଛନ୍ତି ତାହା ମୁଁ ସହି ପାରିବିନି । ଯାହା ସେ କହୁଛନ୍ତି ତାକୁ ପ୍ରମାଣ କରି କି ଦେଖାନ୍ତୁ ।

