ନ୍ୟୁଜ ଡେକ୍ସ: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC) ମହା କୁମ୍ଭ ମେଳା ୨୦୨୫ ପାଇଁ ଅଯୋଧ୍ୟାକୁ ଏହାର ସ୍ୱତନ୍ତ୍ର ବସ୍ ସେବା ବାତିଲ କରିଛି। ଏହି ବାତିଲକରଣ ଯୋଗୁଁ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ”, ବୋଲି ଓଏସଆରଟିସି ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦିଆଯାଇଛି।
ଆହୁରି ମଧ୍ଯ ପରବର୍ତ୍ତୀ ଅପଡେଟ୍ ଏହାର ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏବଂ ୱେବସାଇଟ୍ ମାଧ୍ୟମରେ ସେୟାର କରାଯିବ। OSRTC ବାତିଲ ବିଷୟରେ ଯାତ୍ରୀମାନଙ୍କୁ ସୂଚନା ଦେଇ ଏକ ସାର୍ବଜନୀନ ନୋଟିସ୍ ଜାରି କରିଛି ଏବଂ ଏହାର ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏବଂ ୱେବସାଇଟ୍ ମାଧ୍ୟମରେ ପରବର୍ତ୍ତୀ ଅପଡେଟ୍ ସେୟାର୍ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି।
ଉଲ୍ଲେଖଯୋଗ୍ୟ, ମହାକୁମ୍ଭ ମେଳା ୨୦୨୫କୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଚାରୋଟି ସହର – ପୁରୀ, ସମ୍ବଲପୁର, ଭବାନୀପାଟଣା ଓ ବ୍ରହ୍ମପୁରରୁ ଅଯୋଧ୍ୟାକୁ ଭାୟା ବାରାଣସୀ ଏବଂ ପ୍ରୟାଗରାଜ ଦେଇ ୯୬୦୦ ଲଗଜରୀ ଭଲଭୋ ବସ୍ ସେବା ଆରମ୍ଭ କରିଥିଲେ। ତେବେ ଏହି ମହାକୁମ୍ଭ ଜାନୁଆରୀ ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ।
