Thu. Oct 23rd, 2025

ନ୍ୟୁଜ ଡେକ୍ସ: ସରିଗଲା ଶୀତ। ଫେବୃଆରୀ ପହିଲାରୁ ତାଉ ଦେଖାଇଲାଣି। ମାଘମାସରେ ଶୀତ କି ଜାଡ଼ ନାହିଁ। ବଢିଲା ଦିନ ସହ ରାତିର ତାପମାତ୍ରା। ରାଜ୍ୟରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇଛି ତାପମାତ୍ରା। ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ଏବଂ ରାତି ତାପମାତ୍ରା ଅଧିକା ରହିବ। ଜାନୁଆରୀ ଶେଷରୁ ରାଜ୍ୟରେ ଅସ୍ୱାଭାବିକ ଗରମ ଅନୁଭୁତ ହେଉଛି। ଜାନୁଆରୀ ତାଉ ସଙ୍କେତ ଦେଲାଣି- ଏ ବର୍ଷ ରାଜ୍ୟ ଜଳିବ ନିର୍ଘାତ ଖରାରେ ।

କଲମ୍ବିଆ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କ୍ଲାଇମେଟ ସ୍କୁଲ୍ର ଆକଳନ ଅନୁସାରେ ଚଳିତବର୍ଷ ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ ମାସରେ ଭାରତରେ ଭୀଷଣ ଗରମ ଅନୁଭୂତ ହେବ । ସମ୍ଭାବ୍ୟ ଚିତ୍ର ଦେଖାଉଛି, ଉତ୍ତର ଭାରତର କିଛି ଅଂଶ, ପଶ୍ଚିମ ଓ କେନ୍ଦ୍ରୀୟ ଭାରତର କିଛି ରାଜ୍ୟ ସହ ଓଡ଼ିଶାର ଉପକୂଳ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ ରହିବ । ଗତ ବର୍ଷ ତୁଳନାରେ ଏ ବର୍ଷ ଓଡ଼ିଶା ସମେତ ଦେଶରେ ଅଧିକ ଗରମ ଅନୁଭୂତ ହୋଇପାରେ । ଏପଟେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ଫେବ୍ରୁଆରୀ ମାସ ପାଇଁ ପୂର୍ବାନୁମାନ ଜାରି କରିଛି । ଏହି ଆକଳନ ଅନୁସାରେ ଏଥର ଫେବ୍ରୁଆରୀରେ ଶୀତ ପ୍ରକୋପ ସମ୍ଭାବନା କମ୍ । ସାରା ଦେଶରେ ଉଭୟ ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ବେଶ୍ ଅଧିକ ରହିପାରେ । ଓଡ଼ିଶାରେ ବି ଶୀତ ରହିବନି ।

ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ଢେର ଅଧିକ ରହିବ । ମଝିରେ ମଝିରେ ବର୍ଷା ସମ୍ଭାବନା ବି ଦେଖାଯାଉନି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଓଡ଼ିଶା ସମେତ ଦେଶରେ ଅଧିକ ଗରମ ଅନୁଭୂତ ହୋଇପାରେ। ଆଇଏମ୍‌ଡିର ଫେବ୍ରୁଆରୀ ମାସ ପାଇଁ ପୂର୍ବାନୁମାନ ଅନୁଯାୟୀ ଫେବ୍ରୁଆରୀରେ ଶୀତ ପ୍ରକୋପ ସମ୍ଭାବନା କମ୍‌ । ସାରା ଦେଶରେ ଉଭୟ ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ବେଶ୍‌ ଅଧିକ ରହିପାରେ। ଓଡ଼ିଶାରେ ବି ଶୀତ ରହିବନି। ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ଢେର ଅଧିକ ରହିବ। ମଝିରେ ମଝିରେ ବର୍ଷା ସମ୍ଭାବନା ବି ଦେଖାଯାଉନି।

Leave a Reply

Your email address will not be published. Required fields are marked *