Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜ୍ୟରେ ଧିରେ ଧିରେ ଉଭାନ ହେବାରେ ଲାଗିଛି ଶୀତ । ଆଉ ମାସ ଆରମ୍ଭରୁ ଉପରମୁହାଁ ହୋଇଛି ପାରଦ । ଯାହା ଫଳରେ ବୃଦ୍ଧି ପାଉଛି ଦିନର ତାପମାତ୍ରା । ଶନିବାର ଦିନ ତାପମାତ୍ରା ୩୫ ଡିଗ୍ରୀ ଟପିଛି । ଯେଉଁକାରଣରୁ ଫେବୃଆରୀ ମାସରେ ଗ୍ରୀଷ୍ମ ପରି ଅନୁଭୂତି ଦେଉଛି । ମଧ୍ୟାହ୍ନରେ ଖରାଦିନ ଭଳି ତାତି ଅନୁଭୂତ ହେଉଛି । ରବିବାର କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଘନ କୁହୁଡ଼ି ଦେଖା ଦେଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି ।

ଶନିବାର ପାରଳାଖେମୁଣ୍ଡିରେ ତାତି ସବୁଠୁ ଅଧିକ ୩୫.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୩୫.୨ ଓ ବଲାଙ୍ଗିରରେ ୩୫ ଡିଗ୍ରୀ ରହିଛି । ସମ୍ବଲପୁର ଓ ହୀରାକୁଦରେ ଦିନ ତାପମାତ୍ରା ୩୪.୭ ରହିଥିଲା । ଭବାନୀପାଟଣାରେ ୩୪ ଡିଗ୍ରୀ ଥିଲା। ସେପଟେ ରାତି ତାପମାତ୍ରା ବି ବଢ଼ିବା ଯୋଗୁ ବିଶେଷ ଶୀତ ଅନୁଭୂତ ହେଉନି । ଅନ୍ୟପକ୍ଷରେ ଉପକୂଳ ଓଡ଼ିଶାରେ କୁହୁଡି ଜାରି ରହିଛି ।

ଘନକୁହୁଡ଼ି ଜନଜୀବନକୁ ପ୍ରଭାବିତ କରିଛି । ଆସନ୍ତା ୨ଦିନ ଘନକୁହୁଡ଼ି ଜାରି ରହିବ । ସେନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୭ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *