ନ୍ୟୁଜ ଡେକ୍ସ: ମୋବାଇଲରେ ରିଲ୍ସ କରୁଥିବା ବେଳେ ଅଘଟଣ । ଅସାବଧାନତା ଯୋଗୁଁ ବ୍ରିଜ ଉପରୁ ନଦୀକୁ ଖସିଲେ ଯୁବତୀ । ଗୁରୁକର ଅବସ୍ଥାରେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗୁରୁତର ଯୁବତୀ ଜଣଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମର ବାମଦେବ ନାୟକଙ୍କ ୧୯ବର୍ଷୀୟା ଝିଅ ଅମ୍ବିକା ନାୟକ ବୋଲି ଜଣାପଡ଼ିଛି । ତେବେ ସୂଚନା ମୁତାବକ, ବ୍ରିଜ ଉପରେ ଠିଆ ହୋଇ ରିଲ୍ସ କରିବା ସମୟରେ ଅସାବଧାନତା ଯୋଗୁଁ ନଦୀ ଭିତରକୁରେ ଖସି ପଡିଲେ ଯୁବତୀ । ଯୁବତୀ ଜଣଙ୍କ ଢେଙ୍କାନାଳ ତରଭା ଗାଁର ୧୯ ବର୍ଷୀୟ ଅମ୍ବିକା ନାୟକ ।
ସେ ତାଙ୍କ ଢେଙ୍କାନାଳ ତରଭା ଗାଁରୁ କାମାକ୍ଷାନଗର ଖଟୁଆହତା ଯାଉଥିବାବେଳେ, ଏହି ରିଲ୍ସ ତିଆରି କରୁଥିଲେ ବୋଲି ସୂଚନା ରହିଛି ।ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକେ ବହୁ ପରିଶ୍ରମ ପରେ ଅମ୍ବିକାକୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
