ନ୍ୟୁଜ ଡେକ୍ସ: ଏମ୍ସରେ ସିବିଆଇ ରେଡ୍ । ବିଭିନ୍ନ ପଦବୀ ପାଇଁ ହୋଇଥିବା ନିଯୁକ୍ତିରେ ଘୋଟାଲାକୁ ନେଇ ରେଡ୍ କରୁଛି ସିବିଆଇ । ସ୍କାମ୍ କରିଥିବା ମାଷ୍ଟରମାଇଣ୍ଡ ସ୍ମୃତିରଞ୍ଜନ କରଙ୍କୁ ହେପାଜତକୁ ନେଇ ରେଡ୍ କରୁଛି ସିବିଆଇ ଟିମ୍ । ଏହି ରେଡ୍ରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ସିବିଆଇ ।
ସୂଚନା ଅନୁସାରେ, ଏମ୍ସରେ ଜାଲ କାଗଜପତ୍ର ଦେଖାଇ ଲୋକଙ୍କୁ ଚାକିରି ଦିଆଯାଇଥିବା ଅଭିଯୋଗ ପରେ ଚଢଉ କରିଛି ସିବିଆଇ ଟିମ୍। ଚଢଉ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ କାଗଜପତ୍ର ସିବିଆଇ ହାତରେ ଲାଗିଛି । ଚଢ଼ାଉରେ ସିବିଆଇ ଟିମରେ ୯ ଜଣ ସଦସ୍ୟ ସାମିଲ୍ ହୋଇଛନ୍ତି ।
ସର୍ବ ଭାରତୀୟ ସ୍ତରରେ ଏମ୍ସରେ ନିଯୁକ୍ତି ପାଇଁ ପରୀକ୍ଷା କରାଯାଉଥିବା ବେଳେ ଭୁବନେଶ୍ୱର ସ୍ଥିତ ଏମ୍ସ ନିଜସ୍ୱ ପରୀକ୍ଷା କରି ନିଯୁକ୍ତି ଦେଇଥିବା ନେଇ ଅଭିଯୋଗ ହୋଇଛି । ଗାଜିଆବାଦ ଓ ଗୋରଖପୁରର ଜାଲ ଡକ୍ୟୁମେଣ୍ଟ ଜରିଆରେ ଭୁବନେଶ୍ୱରର ୫ ଜଣ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଥିବା ଅଭିଯୋଗ ହୋଇଥିଲା । ବାରମ୍ବାର ଅଭିଯୋଗ ପରେ ଶେଷରେ ଆଜି ସିବିଆଇର ୯ଜଣ ସଦସ୍ୟ ଚଢାଉ କରିଛନ୍ତି ।
