ନ୍ୟୁଜ ଡେକ୍ସ: ମହଙ୍ଗା ପଡିଲା ପୋଲିସ ବାବୁଙ୍କୁ ପ୍ରେମ ଲୀଳା। ମହିଳା ହୋମଗାର୍ଡଙ୍କୁ ପ୍ରତାରଣା କରି ଫସିଲେ ଥାନା ବାବୁ। ନିଲମ୍ବିତ ହେଲେ ଥାନା ଅଧିକାରୀ। ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପ୍ରତାରଣା କରିବା ଅଭିଯୋଗରେ କୁଜଙ୍ଗ ଥାନା ଅଧିକାରୀ ତପନ ନାହାକଙ୍କୁ ପୋଲିସ ଡିଜି ନିଲମ୍ବିତ କରିଛନ୍ତି।
ଅସଦାଚରଣ ଓ ନିଜ ପଦବୀର ଅପବ୍ୟବହାର ନେଇ ତାଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ସମୟରେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ ତପନ ।ସୂଚନାନୁସାରେ, ସୋମବାର ଜଣେ ମହିଳା ହୋମଗାର୍ଡ ଅଭିଯୋଗ ଆଣିଥିଲେ ଯେ, ନିଲମ୍ବିତ କୁଜଙ୍ଗ ଆଇଆଇସି ତପନ ନାହାକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ପ୍ରତାରଣା କରିଛନ୍ତି ।
ଯାହାକୁ ନେଇ ଉକ୍ତ ମହିଳା ଜଣକ ଥାନାରେ ଏତଲା ଦେଇଥିଲେ । ପରେ ଥାନା ଅଧିକାରୀ ତପନ ନାହାକ ଖବର ପାଇ ଫେରାର ହୋଇ ଯାଇଥିଲେ । ଜଗତସିଂହପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ନିକଟରୁ ତାଙ୍କୁ ଧରି ଜଗତସିଂହପୁର ଥାନାକୁ ଆଣିଥିଲେ ।
