ନ୍ୟୁଜ ଡେକ୍ସ: ସୋମବାର ଯାଏଁ ମୁଲତବି ହେଲା ବିଧାନସଭା । ଆଜି ବାରମ୍ବାର ଗୃହ କାର୍ଯ୍ୟ ବ୍ୟାଘାତ ହେବା ପରେ ସୋମବାର ଯାଏଁ ଗୃହ କାର୍ଯ୍ୟକୁ ମୁଲତବି କରିଛନ୍ତି ବାଚସ୍ପତି । ସୂଚନାଥାଉକି, ଚଳିତ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯାୟର ପ୍ରଥମ କାର୍ଯ୍ୟ ଦିବସ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ରାଜ୍ୟରେ ନାରୀ ନିର୍ଯାତନାକୁ ନେଇ ବିରୋଧ ପ୍ରଦର୍ଶନ କରୁଥିଲେ।
ବିଜେଡି ମଧ୍ୟ ବିଜୁ ବାବୁଙ୍କ ପ୍ରତି ରାଜ୍ୟ ସରକାର ଅନ୍ୟାୟ ଓ ଅସମ୍ମାନ କରିଥିବା ଅଭିଯୋଗ ଆଣି ନାରାବାଜି କରିଥିଲେ । ଏପିରିକି ଗୃହର ମଧ୍ୟଭାଗକୁ ଆସି ବିରୋଧୀ ଦଳର ସଦସ୍ୟମାନେ ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ ।
ବିଧାନସଭାରେ ବିଜୁ ବାବୁ ପ୍ରସଙ୍ଗ ଉଠାଇ ବିକ୍ଷୋଭ ବିଜେଡି ବିଧାୟକ ବିକ୍ଷୋଭ କରିଥିବା ବେଳେ ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ନାରାବାଜି କରି ହଙ୍ଗାମା କରିଥିଲେ । ଅନ୍ୟପଟେ ଆଜି ନାରୀ ସୁରକ୍ଷା ଓ ବିପଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ବିଧାନସଭା ପରିସରରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ କଂଗ୍ରେସ ସଦସ୍ୟ ।
