Thu. Oct 23rd, 2025

ନ୍ୟୁଜ ଡେକ୍ସ: ବଡ଼ଦେଉଳରେ ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ। ଶ୍ରୀମନ୍ଦିର ପତିତପାବନ ବାନାରେ ପଡିଲା ଶୂନ୍ୟ ଗଣ୍ଠି। ନୀଳଚକ୍ରରେ ଲାଗିଥିବା ୧୪ ଫୁଟିଆ ପତିତପାବନ ବାନାରେ ଆପେ ଆପେ ଶୂନ୍ୟଗଣ୍ଠି ପଡିଛି। ବିଶ୍ବାସ ରହିଛି ପବନରେ ପତିପତପାବନ ବାନରେ ଶୂନ୍ୟ ଗଣ୍ଠି ପଡିଲେ ଶୁଭ ହୋଇଥାଏ। ଶୂନ୍ୟ ଗଣ୍ଠି ବାନା ଘରେ ରଖିଲେ ସମସ୍ତ ପ୍ରକାରର ବ୍ୟାଧିରୁ ମୁକ୍ତି ମିଳିଥାଏ।

ପତିତପାବନ ବାନାରେ କିପରି ଗଣ୍ଠି ପଡ଼ିଲା ତାହା ଭକ୍ତ ଓ ସେବାୟତଙ୍କୁ ବିସ୍ମିତ କରିଛି। ଏ ସଂପର୍କରେ ଶ୍ରୀ ମନ୍ଦିର ପ୍ରଶାସନର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ଯେତେବେଳଜ ଶ୍ରୀମନ୍ଦିର ନୀଳଚକ୍ରରେ ୧୫୧ ହାତ ବାନା ଲଗାଯାଉଥିଲା ସେତେବେଳେ ଅନେକ ସମୟରେ ଶୂନ୍ୟ ଗଣ୍ଠି ପଡୁଥିଲା। କିନ୍ତୁ ଯେବେଠାରୁ ୧୪ହାତିଆ ବାନା ଲାଗୁଛି ଆଉ ଶୂନ୍ୟ ଗଣ୍ଠି ଦେଖିବାକୁ ମିଳୁନାହିଁ। ଶେଷ ଥର ପାଇଁ ବାତ୍ୟା ‘ଦାନା’ ବେଳେ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ତେବେ ଯଦି ନୀଳଚକ୍ରରେ ଅତ୍ୟଧିକ ବାନା ବନ୍ଧା ହୋଇଥାଏ, ତା’ହେଲେ ପ୍ରବଳ ପବନ କିମ୍ବା ଝଡ଼ବର୍ଷା ହେଲେ ସେଗୁଡ଼ିକ ପରସ୍ପର ମଧ୍ୟରେ ଛନ୍ଦି ହୋଇଥା’ନ୍ତି ଏବଂ ଏହି ଗଣ୍ଠି (ଶୂନ୍ୟ ଗଣ୍ଠି) ପଡ଼ିଥାଏ। ବାନା ଗୁଡ଼ିକ ପରସ୍ପର ମଧ୍ୟ ବାଡ଼େଇ ହୋଇ କେଉଁଠି କେମିତି ସବୁ ଗଣ୍ଠି ପଡ଼ିଥାଏ ଯେ କିଛି ବୁଝି ହୁଏ ନାହିଁ। ସାଧାରଣତଃ ଦଉଡ଼ି ଇତ୍ୟାଦିରେ ଆମେ ଯେଉଁ ଗଣ୍ଠି ପକାଉ, ତାହା ଖୋଲି ହୋଇଯାଏ। କିନ୍ତୁ ଶୂନ୍ୟ ଗଣ୍ଠିକୁ ଖୋଲିବା ଆଦୌ ସହଜ ନୁହେଁ। ଏଗୁଡ଼ିକୁ ଛୁରୀରେ କାଟି ଅଲଗା କରିବାକୁ ହୁଏ।

Leave a Reply

Your email address will not be published. Required fields are marked *