ନ୍ୟୁଜ ଡେସ୍କ: ଓଡ଼ିଶାର ପ୍ରସ୍ତାବିତ ପ୍ଲାଣ୍ଟକୁ JSW ମହାରାଷ୍ଟ୍ରକୁ ନେଇଯିବା ନେଇ ଚର୍ଚ୍ଚା ଚାଲିଛି । ଓଡ଼ିଶାରେ ପ୍ରସ୍ତାବିତ ପ୍ଲାଣ୍ଟ ମହାରାଷ୍ଟ୍ର ଯିବା ନେଇ କିଛି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଜେଏସଡବ୍ଲୁ ଗ୍ରୁପ ମହାରାଷ୍ଟ୍ରରେ ଇଭି ଓ ବ୍ୟାଟେରୀ ପ୍ଲାଣ୍ଟ ନେଇ ୫୨ହଜାର ୨ଶହ କୋଟି ଟଙ୍କା ନିବେଶ କରିବା ସଂପର୍କିତ ରିପୋର୍ଟ ପ୍ରକାଶ କରିଥିଲା । ଇଭି କମ୍ପାନୀ ଓଡିଶାରୁ ମହାରାଷ୍ଟ୍ର ସ୍ଥାନାନ୍ତର ହେବା ନେଇ ରିପୋର୍ଟ ପ୍ରକାଶ କରିଥିଲା |
ରାଜ୍ୟରେ ନୂଆ ସରକାରକୁ ୧୦୦ଦିନ ପୂରିଥିବା ବେଳେ ପୂର୍ବ ସରକାର ସମୟରେ ରାଜ୍ୟକୁ ଆସିଥିବା ପୁଞ୍ଜିନିବେଶ ଉପରେ କାହିଁକି ଶକ୍ତ ପ୍ରହାର କରାଯାଉଛି ତାକୁ ନେଇ ପ୍ରଶ୍ନ କରିଛି ବିଜେଡି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗତ ଫେବ୍ରୁଆରୀରେ ୪୦ ହଜାର କୋଟି ପୁଞ୍ଜି ନିବେଶରେ ଓଡ଼ିଶାରେ ଇଭି ଉତ୍ପାଦନ କାରଖାନା କରିବା ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲା ଜେଏସଡବ୍ଲୁ। ଏଥିପାଇଁ ତତ୍କାଳୀନ ନବୀନ ସରକାର କଟକ ନରାଜ ଠାରେ ୯୦୦ ଏକର ଜମି କମ୍ପାନୀକୁ ପ୍ରଦାନ କରିଥିଲେ।
ମାତ୍ର ବର୍ତମାନର ସରକାରରେ ଏମଓୟୁ ପରେ ବି କମ୍ପାନୀ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ମୁହଁ ଫେରାଉଥିବା ଜାତୀୟସ୍ତରରେ ଆଲୋଚନା ହେଉଛି। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି, JSW ସହ ଆଲୋଚନା ଚାଲିଛି। ନିର୍ଣ୍ଣୟ ଆସିଲେ ଜଣାପଡ଼ିବ । ସେମାନେ ଓଡ଼ିଶା ଛାଡ଼ିବା ସମ୍ପର୍କରେ ଚୁଡ଼ାନ୍ତ ହୋଇନି । ପୂର୍ବ ସରକାରରେ କ’ଣ ହୋଇଛି, ଆମେ କଥାବାର୍ତ୍ତା କରିବୁ । ସିଫ୍ଟ ହେବା ନେଇ ଫାଇନାଲ ହୋଇନି। ଆମକୁ କିଛି ସୂଚନା ମିଳିନି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ।