ନ୍ୟୁଜ ଡେକ୍ସ: ବିଧାନସଭା ଘେରାଉ ବେଳେ କଂଗ୍ରେସ କର୍ମୀଙ୍କୁ ମାଡ଼ ଘଟଣା। ଆଜି ବି କଂଗ୍ରେସ ପ୍ରତିବାଦ ରାଲି। କଂଗ୍ରେସ ଭବନରୁ ଘଣ୍ଟ ବାଡେଇ ବାଡେଇ ଅଶୋକ ନଗର ସ୍ଥିତ ଆର୍ଯ୍ୟ ସଂସ୍କୃତି ମନ୍ଦିର ଗଲେ ନିଲମ୍ବିତ ବିଧାୟକ ।
ପ୍ରତିବାଦ ରାଲିରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ , ତାରା ବାହିନୀପତି, ରମେଶ ଜେନାଙ୍କ ସମେତ ୧୪ ନିଲମ୍ବିତ ବିଧାୟକ ଏବଂ କର୍ମୀ ସାମିଲ ହୋଇଛନ୍ତି। ପ୍ରତିବାଦ ରାଲିରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ତାରା ବାହିନୀପତି, ରମେଶ ଜେନାଙ୍କ ସମେତ ୧୪ ନିଲମ୍ବିତ ବିଧାୟକ ଏବଂ କର୍ମୀ ସାମିଲ ହୋଇଛନ୍ତି। ସୂଚନା ଅନୁଯାଇ ଗୁରୁବାର ଗାନ୍ଧିମାର୍ଗରେ ନାରୀ ସୁରକ୍ଷା ପାଇଁ କଂଗ୍ରେସର ବିକ୍ଷୋଭ ବେଳେ କର୍ମୀ-ପୁଲିସ ବାହିନୀ ମୁହାଁମୁହିଁ ହୋଇଥିଲେ।
ଉଭୟ ପକ୍ଷରୁ କେହି କାହାରିକୁ ଛାଡି ନଥିଲେ । କଥା ଧସ୍ତାଧସ୍ତି କି ଠେଲାପେଲାରେ ଅଟକିଲାନି।ଟେକାପଥର, ଚେୟାର ବର୍ଷା ସାଙ୍ଗକୁ ଲାଠିମାଡ଼ ଚାଲିଲା। ଗାନ୍ଧିମାର୍ଗ ଏକରକମର ରଣକ୍ଷେତ୍ର ପାଲଟିଥିଲା। ପୋଲିସ ଲାଠି ମାଡ଼ରେ କଂଗ୍ରେସ କର୍ମୀ ଆହତ ହୋଇଥିଲେ। ସେମାନଙ୍କ ଆଶୁ ଆରୋଗ୍ୟ କାମନା କରି କଂଗ୍ରେସ ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି।

