Thu. Oct 23rd, 2025

ନ୍ୟୁଜ ଡେକ୍ସ: ଉତ୍କଳ ଦିବସରେ ତଥା ୧୯୩୬ ଏପ୍ରିଲ୍-୧ରେ ଓଡ଼ିଶା ପୁଲିସ ପ୍ରତିଷ୍ଠା ହୋଇଥିଲା । ଏହି ଅବସରରେ ରାଜ୍ୟ ପୁଲିସ ବାହିନୀ ତାର ୯୦ ତମ ପ୍ରତିଷ୍ଠା ଦିବସ ପାଳନ ହେବ । ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ରାଜ୍ୟସ୍ତରୀୟ ପରେଡ୍ରେ ଅଭିବାଦନ ଦେବେ ।

ପୁଲିସ ପାଇଁ ଏହି ଦିନଟି ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ରାଜ୍ୟ ପୁଲିସ ବାହିନୀର ବହୁ ଆଇପିଏସ୍ ଅଧିକାରୀଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀ ଓ ବିଭିନ୍ନ ବାଟାଲିୟନ୍ର ଅଧିକାରୀମାନେ ଯୋଗଦେବେ । ଏଥିପାଇଁ ଆଜି ପ୍ରତିଷ୍ଠା ଦିବସ ପାଳିବାକୁ ଭୁବନେଶ୍ବର ରିଜର୍ଭ ପୋଲିସ ପଡ଼ିଆରେ କମିଶନରେଟ୍ ପୋଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହେଉଛି । ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ଖାଲି ଭୁବନେଶ୍ବର ନୁହେଁରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସା ଏହି ପ୍ରତିଷ୍ଠା ଦିବସ ଆୟୋଜିତ ହୋଇଛି ।

ବିଭିନ୍ନଦ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆାରେ ପ୍ରତିଷ୍ଠା ଦିବସ ପାଳିତ ହେଉଛି ।ଏଥିରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର ଯୋଗ ଦେଇ ସମ୍ମିଳିତ ପ୍ୟାରେଡ୍‌ରେ ଅଭିଭାଦନ ଗ୍ରହଣ କରିଥିଲେ । ଆରକ୍ଷୀ ବାହିନୀମାନଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢି ଶୁଣାଇଥିଲେ । ଆରକ୍ଷୀ ବାହିନୀ କିଭଳି ଆଜିର ଦିନରେ ଲୋକଙ୍କ ଆସ୍ଥା ଭାଜନ ହୋଇପାରିବ ସେ ନେଇ ସମସ୍ତ ପୋଲିସ୍ବାହିନୀଙ୍କୁ ସମ୍ବୋଧିତ କରିଥିଲେ ।

Leave a Reply

Your email address will not be published. Required fields are marked *