ନ୍ୟୁଜ ଡେକ୍ସ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ସେବା ମଙ୍ଗଳବାର ହଠାତ୍ ଠପ୍ ହୋଇ ଯାଇଛି ଏବଂ ଏହି ବ୍ୟାଙ୍କକୁ ବଡ଼ ଆଉଟେଜ୍ର ସାମ୍ନା କରିବାକୁ ପଡ଼ିଛି। ହଠାତ୍ ଆସିଥିବା ଏହି ଅସୁବିଧା ଯୋଗୁଁ ୟୁଜର୍ସଙ୍କୁ ପଇସା ଟ୍ରାନ୍ସଫର କରିବା , ମୋବାଇଲ ବ୍ୟାଙ୍କିଂ କରିବା ଓ ଏଟିଏମ୍ ପର୍ଯ୍ୟନ୍ତ ସେବା ୟୁଜ୍ କରିବାରେ ସମସ୍ୟା ଆସିଛି। କମ୍ପାନୀ ଏହି ମାମଲାରେ ବୟାନ ଜାରି କରିଛି।
ତେବେ ଯଦି ଏପରି ତାହେଲେ ଆପଣଙ୍କ ଫୋନ ନମ୍ବରରେ ଆଉ ଚାଲିବନି ୟୁପିଆଇ । ଯଦି ୪ଟା ପରେ ମଧ୍ୟ ଆପଣଙ୍କ ୟୁପିଆଇ କାମ କରୁନି, ତାହେଲେ ଜାଣି ରଖନ୍ତୁ….ଭାରତୀୟ ଜାତୀୟ ପେମେଣ୍ଟ ନିଗମ, ଏନପିସିଆଇ ଆଜିଠୁ ଅର୍ଥାତ୍ ଏପ୍ରିଲ ୧ରୁ କିଛି ନିର୍ଦ୍ଦିଷ୍ଟ ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇଥିବା UPI ID ଗୁଡ଼ିକୁ ଡିଲିଙ୍କ୍ କରିବା ଆରମ୍ଭ କରିଦେଇଛି । ଯାହା Google Pay, PhonePe, Paytm ଏବଂ ଅନ୍ୟାନ୍ୟ UPI ଆପ୍ ବ୍ୟବହାର କରୁଥିବା ଊପଭୋକ୍ତାମାନଙ୍କୁ ପେମେଣ୍ଟ କରିବାରେ ବାଧା ସୃଷ୍ଟି କରିଛି ।
ପ୍ଲାଟଫର୍ମ୍ସ ଓ ୱେବସାଇଟ୍ସର ଡାଉନଟାଇମ୍କୁ ମନିଟର କରୁଥିବା ସେବା Downderector କହିଛି କି ,ଶହ ଶହ ୟୁଜର୍ସ ଏହି ବିଷୟରେ ରିପୋର୍ଟ କରିଛନ୍ତି ଏବଂ ଅନେକ ୟୁଜର୍ସ ସୋସିଆଲ ମିଡ଼ିଆରେ ଏହି ବିଷୟରେ ଲେଖିଛନ୍ତି। ରିପୋର୍ଟ କରୁଥିବା ଅଧିକାଂଶ ୟୁଜରଙ୍କୁ ମୋବାଇଲ ବ୍ୟାଙ୍କିଂ ବେଳେ ସମସ୍ୟା ଆସିଛି। ପାଖାପାଖି ୩୧ ପ୍ରତିଶତଙ୍କୁ ଫଣ୍ଡସ ଟ୍ରାନ୍ସଫର କରିବାରେ ସମସ୍ୟା ହୋଇଛି।ଏହାସହ ଏଟିଏମ୍ ସେବା ଗୁଡ଼ିକ ମଧ୍ୟ ଅନେକ ୟୁଜର୍ସଙ୍କ ପାଇଁ ପ୍ରଭାବିତ ହୋଇଛି। ବର୍ତ୍ତମାନ ବ୍ୟାଙ୍କ ପକ୍ଷରୁ ଜାରି ବୟାନ ମୁତାବିକ ସନ୍ଧ୍ୟା ପରେ ସେବା ପ୍ରଥମ ପରି ଠିକ୍ ରେ କାମ କରିବାକୁ ଲାଗିବ।
