ନ୍ୟୁଜ ଡେକ୍ସ: ଗାଡିରେ ଏସି ଚଲାଇ ଶୋଇଥିଲେ ବ୍ଲକ ଜେଇ । ବାଟରୁ ଗାଡି ଭିତରୁ ମିଳିଲା ମୃତଦେହ । ମୃତକ ହେଉଛନ୍ତି, ଚନ୍ଦ୍ର ଶେଖର ଝାଡ଼ିଆ । ସେ ବରଗଡ ବରପାଲିର ହଳଦୀ ପାଳିଛକରେ ଗାଡିରେ Ac ଲଗାଇ ଶୋଇପଡିଥିଲେ ।
ତେବେ ହଠାତ୍ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯାହା ଅନୁମାନ କରାଯାଉଛି ବାଟରେ ଯାଉଥିବାବେଳେ ଅଧିକ ଗରମ ହେବାରୁ ଗାଡିରେ ଏସି ଲଗାଇ ଶୋଇପଡିଥିଲେ । ଏସି ଟି ସଟସର୍କିଟ ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ଦେହ ସାରା ଜଳାପୋଡା ହୋଇଥିବା ନଜର ଆସିଛି ।
ସେପଟେ ତାଙ୍କ ସ୍ତ୍ରୀ ପୋଲିସକୁ କହିବା ଅନୁସାରେ, ଗୁରୁବାର ଦିନ ୧୨ଟା ରୁ ଘରୁ ବାହାରିକି ଆସିଥିଲେ ଚନ୍ଦ୍ରଶେଖର । ରାତିରେ ଫୋନ୍ ଉଠାଇ ନଥିଲେ । ପରେ ଖୋଜା ଖୋଜି କରିବାରୁ ଗାଡିରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।
