ନ୍ୟୁଜ ଡେକ୍ସ: ସୁନା ମୂଲ୍ୟରେ ପୁଣିଥରେ ବୃଦ୍ଧି ଦେଖିବାକୁ ମିଳିଛି। ଜାତୀୟ ରାଜଧାନୀର ସର୍ରଫା ବଜାରରେ ସୁନା ଦର ୧,୪୦୦ ଟଙ୍କା ବଢି ୧୦ ଗ୍ରାମକୁ ୯୬ ହଜାର ୪୫୦ ଟଙ୍କା ହୋଇଯାଇଛି।ଭାରତୀୟ ସର୍ରଫା ସଂଘର ଖବର ରିପୋର୍ଟ ମୁତାବକ, ୯୯.୫ ପ୍ରତିଶତ ସୁଦ୍ଧତା ସୁନାର ମୂଲ୍ୟ ଟ୍ୟାକ୍ସ ସହ ୧,୪୦୦ ଟଙ୍କା ବଢି ୧୦ ଗ୍ରାମ ପିଛା ୯୬ ହଜାର ଟଙ୍କା ହୋଇଯାଇଛି।
ଆଜି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧୦୦ଟଙ୍କା ବୃଦ୍ଧି ପାଇଥିବା ବେଳେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୨୦୦ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୧୦୦ ବୃଦ୍ଧି ପାଇଛି । ୨୪ କ୍ୟାରେଟ୍ ସୁନା ୧୨୦୦ଟଙ୍କା ବୃଦ୍ଧି ପାଇଛି ।
ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୩,୯୩୦ ଟଙ୍କା ରହିଥିବା ବେଳେ ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୧୨୦୦ ଟଙ୍କା ବୃଦ୍ଧି ହୋଇ ୯୫. ୧୩୦ ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୧୧୦୦ଟଙ୍କା ବୃଦ୍ଧି ପାଇ ୮୬,୧୦୦ ଟଙ୍କାରୁ ୮୭,୨୦୦ଟଙ୍କା ହୋଇଛି।
