Thu. Oct 23rd, 2025

ନ୍ୟୁଜ ଡେକ୍ସ: ପୁରୀ ରଥଯାତ୍ରା ପାଇଁ ତୀର୍ଥଯାତ୍ରୀ ଓ ଭକ୍ତଙ୍କ ପାଇଁ ଜରୁରୀ ସୂଚନା ଜାରି । ଓଡ଼ିଶା ପୋଲିସ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ଏକ୍ସ ପୋଷ୍ଟ ଜରିଆରେ ଭକ୍ତଙ୍କ ପାଇଁ ଜରୁରୀ ସୂଚନା ଜାରି କରିଛି ଓଡ଼ିଶା ପୋଲିସ । ସକାଳପହରୁ ପୁରୀ ଅଭିମୁଖେ ରାସ୍ତାରେ ଅନେକ ଗାଡ଼ ମଟର ଯିବା ଆସିବା କାରୁଥିବାରୁ ରାସ୍ତା ଜାମ୍ ହୋଇଛି ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ୨ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ, ସେ ନେଇ ପ୍ରସ୍ତୁତ ରହିବାକୁ ଓଡ଼ିଶା ପୋଲିସ ପକ୍ଷରୁ କୁହାଯାଇଛି। ଶରଧାବାଲିରେ ଅଘଟଣ ପରେ ରାଜ୍ୟ ସରକାର ବଡ ଆକ୍ସନ ନେଇ ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳି କରାଇଛନ୍ତି ।

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ବଦଳରେ ଚଞ୍ଚଳ ରାଣାକୁ ମିଳିଛି ନୂଆ ଦାୟିତ୍ୱ । ଏହାସହ ପୁରୀ ଏସ୍‌ପି ବିନିତ ଅଗ୍ରଓ୍ୱାଲ୍‌ଙ୍କ ବଦଳରେ ପିନାକ ମିଶ୍ରଙ୍କୁ ଦିଆଯାଇଛି ଦାୟିତ୍ୱ । ଖାଲି ସେତିକି ନୁହେଁ, DCP ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢୀଙ୍କୁ ମଧ୍ୟ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *