Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜଧାନୀକୁ ସୁନ୍ଦର ଓ ସବୁଜ ବନାନୀ କରିବାକୁ ଏକ ନିଆରା ପ୍ରୟାସ କରାଯାଇଛି। ସହରାଞ୍ଚଳରେ ବୁଲିବ ସଚେତନତା ରଥ । ଯାହାର ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । କୃଷି ଭବନରେ ଏହି ସଚେତନତା ରଥକୁ ପତାକା ଦେଖାଇ ରଥକୁ ଶୁଭାରମ୍ଭ କରିଛନ୍ତି । ଏହି ରଥଟି ସହରାଞ୍ଚଳରେ ଛାତ ବଗିଚାର ଉପାଦେୟତା ସମ୍ପର୍କରେ ବିଭିନ୍ନ ସଚେତନ କରିବ ।

ଏହି ସଚେତନତା ରଥର ଉଦ୍ଦେଶ୍ୟ ହେଉଛି ସ୍ଥାୟୀ ସହରାଞ୍ଚଳ ଜୀବନଯାପନ ଏବଂ ଖାଦ୍ୟ ସୁରକ୍ଷା ସହିତ ସମନ୍ୱୟ ରଖି ଘର ଛାତ ଉପରେ ଉଦ୍ୟାନ ଏବଂ ସହରାଞ୍ଚଳ ଉଦ୍ୟାନର ଗୁରୁତ୍ୱ, କୌଶଳ ଓ ଲାଭ ବିଷୟରେ ନାଗରିକମାନଙ୍କୁ ସଚେତନ କରିବା । ସହରାଞ୍ଚଳବାସୀଙ୍କ ମଧ୍ୟରେ ସ୍ଥାୟୀ ସୁସ୍ଥ ସହରୀ ଜୀବନଯାପନ ପାଇଁ ସଚେତନତା ସୃଷ୍ଟି କରିବା ସହିତ ସହରୀ ଉତ୍ତାପ ପ୍ରଭାବକୁ ହ୍ରାସ କରି ଓଡ଼ିଶାର ପ୍ରମୁଖ ସହରଗୁଡ଼ିକରେ ଅନୁକୂଳ ପରିବେଶ ସୃଷ୍ଟି କରିବା l

ଏଥିପାଇଁ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶାର କିଛି ମନୋନୀତ ସହରଗୁଡ଼ିକରେ ସୌନ୍ଦର୍ଯ୍ୟ, ପୁଷ୍ଟି ଓ ସୁସ୍ଥ ପରିବେଶ ପାଇଁ ଛାତ ଉପରେ ଉଦ୍ୟାନ ଏବଂ ସହରୀ ଉଦ୍ୟାନ କୃଷି ନିମନ୍ତେ ଅଭିନବ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଏକ ପ୍ରକଳ୍ପକୁ ପ୍ରୋତ୍ସାହନ ଯୋଗାଉଛି, ଯାହା କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର (ICAR-IIHR), ଭୁବନେଶ୍ୱର ଦ୍ୱାରା କାର୍ଯ୍ୟକାରୀ କରାଯିବ।

Leave a Reply

Your email address will not be published. Required fields are marked *