Sat. Feb 21st, 2026

ନ୍ୟୁଜ ଡେକ୍ସ : ଓଡ଼ିଶାରେ କଲେଜ ହେବ ନିଶା ମୁକ୍ତ । ଉଚ୍ଚଶିକ୍ଷା ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି ।ନିଶାମୁକ୍ତ କ୍ୟାମ୍ପସ ପାଇଁ ସମସ୍ତ କଲେଜକୁ ନିର୍ଦ୍ଦେଶ ଜାରି କଲା ଉଚ୍ଚଶିକ୍ଷା ବିଭାଗ । ଏନସିବିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନସର ଶୁଭାରମ୍ଭ ।ନିଶା ସମ୍ପର୍କୀତ ସୂଚନା ପାଇଁ ହେଲପଲାଇନ୍ ନମ୍ବର ଜାରି କରାଯାଇଛି । କ୍ୟାମ୍ପସରେ ମଦ ଦେଖିଲେ ୧୯୩୩କୁ ଫୋନ୍ କରି ସୂଚନା ଦେବାକୁ ପରାମର୍ଶ ।

ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଶାରେ କଲେଜ ହେବ ନିଶା ମୁକ୍ତ ଓ ନାର୍କୋଟିକ୍ ସେବନ ବଢ଼ିବାରେ ଲାଗିଛି । ବିଶେଷକରି ଭବିଷ୍ୟତ ପିଢ଼ି ଗଢ଼ା ହେଉଥିବା ଶିକ୍ଷାନୁଷ୍ଠାନକୁ ଯଦି ଆମେ ନିଶାମୁକ୍ତ କରିପାରିବା ତାହା ହେଲେ ଯୁବପିଢ଼ିଙ୍କ ସ୍ବାସ୍ଥ୍ୟ ସୁରକ୍ଷିତ ହୋଇପାରିବ । ନାକ୍ରୋଟିକ୍ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ପକ୍ଷରୁ ମେଣ୍ଟାଲ ହେଲଥ୍ ଆଣ୍ଡ୍ ନର୍ମାଲସି ଅଗ୍‌ମେଣ୍ଡେସନ୍ ସିଷ୍ଟମ (ମାନସ) ପୋର୍ଟାଲର ଶୁଭାରମ୍ଭ ହୋଇଛି।

ଯଦି କୌଣସି କ୍ୟାମ୍ପସରେ ଡ୍ରଗ୍ସ ବ୍ୟବହାର ହେଉଥିବ, ତାହା ହେଲେ ଦେଶର ଯେକେହି ନାଗରିକ ,ଛାତ୍ରଛାତ୍ରୀ, ଯୁବପିଢ଼ି ଜାତୀୟ ହେଲ୍‌ପଲାଇନ୍ ନମ୍ବର ‘୧୯୩୩ ’ମାଧ୍ୟମରେ ଅଭିଯୋଗ କରିପାରିବେ । ଏଥିସହ ଇମେଲ୍ ଓ ମୋବାଇଲ୍ ଆନ୍ ‘ଉମଙ୍ଗ’ ମାଧ୍ୟମରେ ଅଭିଯୋଗ କରାଯାଇପାରିବ । ଯିଏ ଅଭିଯୋଗ କରିବେ ତାଙ୍କ ନାମ ଗୋପନ ରଖାଯିବାଏହି ହେଲ୍ପ ଲାଇନ ନମ୍ବର ଜରିଆରେ ନିଶା ସମ୍ପର୍କିତ ସୂଚନା ଦେଇପାରିବେ ଛାତ୍ରଛାତ୍ରୀ ।

Leave a Reply

Your email address will not be published. Required fields are marked *