Thu. Oct 23rd, 2025

ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିରକୁ ପୁଣି ହିଡେନ୍ କ୍ୟାମେରା। ଚଷମାରେ ହିଡେନ୍ କ୍ୟାମେରା ଲଗାଇ ପ୍ରବେଶ କରିଥିଲେ ଯୁବକ। ପଶ୍ଚିମ ଦ୍ବାର ନିକଟରୁ ଧରାପଡିଲେ ଗଲେ। ଉକ୍ତ ବ୍ୟାକ୍ତି ଜଣକ ପଶ୍ଚିମବଙ୍ଗର ବିପୁଲ ପାଲ୍ ବୋଲି ଜଣାପଡ଼ିଛି।

ସିଂହଦ୍ବାରା ଥାନା ପୁଲିସ ଏକ ମାମଲା ରୁଜୁ କରି ତାଙ୍କଠାରୁ ହିଡେନ୍ କ୍ୟାମେରା ଥିବା ଚଷମା ଓ ଗୋଟିଏ ମୋବାଇଲ ଫୋନ୍ ଜବତ କରିଛି ।ସୂଚନାଥାଉକି, ବେହରଣ ଦ୍ବାର ନିକଟରେ ତାଙ୍କ ଗତିବିଧି ଉପରେ ସନ୍ଦେହ ହୋଇଥିଲା ଓ ଏହାପରେ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇ ତଦନ୍ତ କରିଥିଲେ । ପରେ ତାଙ୍କ ଚଷମାରେ ହିଡେନ୍ କ୍ୟମେରା ଲାଗିଥିବା ଜଣାପଡିଥିଲା ।ଏହା ପୂର୍ବରୁ ଗତ ମାସ ୨୯ ତାରିଖରେ ପୁରୀର ଜଣେ ଯୁବକ ନିଜ ଚଷମାରେ ସ୍ପାଏ କ୍ୟାମେରା ଲଗାଇ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ।

କିନ୍ତୁ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିବା ସହିତ କ୍ୟାମେରାରେ କୌଣସି ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ ହୋଇନଥିବା ଜଣାପଡ଼ିଥିଲା। ଆଉ ପରେ ସମ୍ପୃକ୍ତ ଯୁବକକୁ ପୋଲିସ ତାଗିଦ୍ କରି ଛାଡ଼ି ଦେଇଥିଲା।ତେବେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଏଭଳି ଦୁଇଦୁଇଟି ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *