Thu. Oct 23rd, 2025

ନ୍ୟୁଜ ଡେକ୍ସ : ଓଡ଼ିଶା ରାଜସ୍ବ ଅମଲା ସଂଘକୁ ଆନ୍ଦୋଳନରୁ ଓହରିବାକୁ ରାଜସ୍ବ ମନ୍ତ୍ରୀଙ୍କ ଅପିଲ୍‌ । ଆନ୍ଦୋଳନରୁ ନ ଓହରିଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ କହିଛନ୍ତି । ବିନା ସ୍ବୀକୃତିରେ ଛୁଟିରେ ରହିଲେ ଦରମା ବନ୍ଦ ହେବ ।ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,କ୍ୟାଡର ପୁନର୍ଗଠନ କଥା ରାଜସ୍ବ ବିଭଗ ପାଖକୁ ପଠାଯାଇଛି। ଅପେକ୍ଷା ନକରି ସମୂହ ଛୁଟି ଗ୍ରହଣୀୟ ନୁହେଁ।

ଜିଲ୍ଲପାଳମାନଙ୍କୁ ନିର୍ଦେଶ ଦିଆଯାଇଛି ଛୁଟି ବାତିଲ ହେବ, ଛୁଟି ମଞ୍ଜୁର ହେବ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଗତ ୧୧ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଥିଲା ଓଡ଼ିଶା ରାଜସ୍ୱ ଅମଲା ସଂଘ । ଦାବି ପୂରଣ ନହେବାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ସଂଘ ଚେତାବନୀ ଦେଇଛି । ୧୦ ଦଫା ଦାବି ପୂରଣ ନେଇ ପୂର୍ବରୁ ବହୁଥର ସରକାରଙ୍କୁ ଅବଗତ କରାଯାଇଥିଲା । ତଥାପି ତାପରେ ବି କୌଣସି ସୁଫଳ ମିଳିନଥିଲା । ଯାହାକୁ ନେଇ ସମସ୍ତ ଅମଲାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଅମଲା ସଂଘର ଦାବି ରହିଛି- ମୂଳ ଦରମା ଓଆରଏସପି- ୨୦୧୭ ନିୟମ ଅନୁଯାୟୀ ଲେବେଲ-୯କୁ ବୃଦ୍ଧି କରିବା, ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରିବା, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଲାଗୁ କରିବା, ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ କରିବା, ଓଡ଼ିଶା ରାଜସ୍ୱ ସେବା ପଦ୍ଧତିରେ ରାଜସ୍ବ ଅମଲାମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି ଦେବା, ନୂତନ ପେନସନ ଯୋଜନାକୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସମେତ ଅନ୍ୟାନ୍ୟ ଦାବି ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *