Thu. Oct 23rd, 2025

ନ୍ୟୁଜ ଡେକ୍ସ : ପୁରୀର ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ଶ୍ରୀଜିଉଙ୍କ ବନକଲାଗି ରୀତି ସମ୍ପାଦିତ ହେବ। ସେଥିପାଇଁ ପ୍ରାୟ ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ଶ୍ରଦ୍ଧାଳୁମାନଙ୍କ ପାଇଁ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଏକ ଗୁପ୍ତ ବିଧି। ଦ୍ୱିପହର ଧୂପ ପରେ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ବନ୍ଦ କରି ଏହି ବିଧି ସମ୍ପାଦିତ ହୋଇଥାଏ ।

ସନ୍ଧ୍ୟା ୬ଟା ୩୦ରୁ ରାତି ୧୧ଟା ମଧ୍ୟରେ ବନକଲାଗି ନୀତି ସମ୍ପାଦିତ ହେବ। ଏହି ସମୟ ମଧ୍ୟରେ, ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ ।ଏହି ନୀତି ଦତ୍ତ ମହାପାତ୍ର ସେବକ ଏବଂ ଖଡିପ୍ରସାଦ ଦଇତାପତି ସେବକମାନେ କରିଥାନ୍ତି । ସେମାନେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ପାଇଁ ରଙ୍ଗ ପ୍ରସ୍ତୁତ କରି ଦେବତାମାନଙ୍କ ମୁହଁରେ ଲଗାଇଥାନ୍ତି । ରଙ୍ଗରେ କସ୍ତୁରୀ, କେଶର ଅତର, ଆଦି କରାଯାଇଥଏ ।

ବଜାରରେ ଉପଲବ୍ଧ ରଙ୍ଗ ମନ୍ଦିରରେ ବ୍ୟବହାର କରାଯାଏ ନାହିଁ । ଶ୍ରୀଜିଉଙ୍କର କରାଯାଉଥିବା ଶୃଙ୍ଗାରକୁ ମନ୍ଦିର ଭାଷାରେ ‘ବନକଲାଗି’ କୁହାଯାଇଥାଏ ।ବନକ ଲାଗି ନୀତିରେ ଦତ୍ତମହାପାତ୍ର ସେବକମାନେ ରତ୍ନ ସିଂହାସନରେ ଚଢ଼ି ଶ୍ରୀମୁଖ ଶୃଙ୍ଗାର କରନ୍ତି । ଖଡିପ୍ରସାଦ ଦଇତାପତି ସେବକମାନେ ସହାୟତା କରିଥାନ୍ତି ।

Leave a Reply

Your email address will not be published. Required fields are marked *