Thu. Oct 23rd, 2025

ନ୍ୟୁଜ ଡେକ୍ସ : ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ନରେନ୍ଦ୍ର ମୋଦୀ। ଫୋନ୍ କରି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ। ଯେହେତୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଏତେଟା ଭଲ ନାହିଁ।

ତେଣୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ଫୋନ୍ କରି ବୁଝିଛନ୍ତି ମୋଦୀ।ତାସହ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ଅଗଷ୍ଟ ୧୭ରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଚିକିତ୍ସାଧୀନ ଅଛନ୍ତି। ସେ ଡିହାଇଡ୍ରେସନ ଯୋଗୁ ହସ୍ପିଟାଲରେ ଭର୍ତି ହୋଇଥିଲେ।

ତେବେ ନିକଟରେ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି।ଆଉ ଆଜି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବୀନଙ୍କ ପାଖକୁ ଫୋନ୍ କଲ୍ କରିଥିଲେ। ଆଉ କଲ୍ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ କିପରି ରହିଛି ସେ ସମ୍ପର୍କରେ ବୁଝିଥିଲେ।

Leave a Reply

Your email address will not be published. Required fields are marked *