Thu. Oct 23rd, 2025

ନ୍ୟୁଜ ଡେକ୍ସ : ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ BMCରୁ ଆରମ୍ଭ ହେବ କୁକୁର ଗଣନା । ଏନେଇ ସୂଚନା ଦେଇଛନ୍ତି BMC କମିଶନର ଚଞ୍ଚଳ ରାଣା ।ଭେଟେନାରୀ ଡାକ୍ତରଙ୍କ ପରାମର୍ଶ ନେଇ ପ୍ରତି ୱାର୍ଡରେ ଏକକାଳୀନ ଗଣନା ଆରମ୍ଭ ହେବ। ପ୍ରତି ୱାର୍ଡ ପାଇଁ ୩ ରୁ ୪ ଜଣ ଅଧିକାରୀ କୁକୁର ଗଣନା କାର୍ଯ୍ୟରେ ନିୟୋଜିତ ହେବେ।ସୂଚନାଥାଉକି, ଗଣନା ଲାଗି ନିର୍ଦିଷ୍ଟ ଟ୍ରେନିଂ ଦିଆଯିବ ।

ସ୍ବଚ୍ଛ ସାଥୀ, ସଫେଇ କର୍ମୀଙ୍କ ସହ ବିଏମସି ଅଧିକାରୀମାନେ ମଧ୍ୟ କୁକୁର ଗଣନା କାର୍ଯ୍ୟରେ ସାମିଲ ହେବେ। ଗଣନା ପୂର୍ବରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ସପ୍ତାହେ ରୁ ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ଏହି ଗଣନା ଶେଷ ହେବ। ଭୁବନେଶ୍ବରରେ କେତେ କୁକୁର ଅଛନ୍ତି ତାହା ଗଣନାର 10 ଦିନ ପରେ ଜଣାପଡିବ ।

ତେବେ ବିଏମସି କୁକୁର ଗଣନାରେ ସ୍ଵଛସାଥୀ, ସଫେଇ କର୍ମୀ, BMC ଅଧିକାରୀ ସାମିଲ ହେବେ । ଗଣନା ପୂର୍ବରୁ BMC ପକ୍ଷରୁ ସମସ୍ତଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ।ବିଏମସି କମିସନରଙ୍କ କହିବା ଅନୁସାରେ, ଭୁବନେଶ୍ୱରରେ ୪୦ରୁ ୪୫ ହଜାର କୁକୁର ଥିବା ଅନୁମାନ କରାଯାଉଛି । ତେବେ ଏହି ଗଣନା ପରେ ସହରରେ କେତେ କୁକୁର ଅଛନ୍ତି ତାର ପ୍ରକୃତ ତଥ୍ୟ ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *