Thu. Oct 23rd, 2025

ନ୍ୟୁଜ ଡେକ୍ସ : ସେପ୍ଟେମ୍ବର ୨୭ରେ ଓଟିଇଟି ପାରୀକ୍ଷା । ବୋର୍ଡ ପକ୍ଷରୁ ଜରି ହେଲା ପରୀକ୍ଷା ତାରିଖ ।୨ଟି ସିଟିଂରେ ଓଟିଇଟି ପରୀକ୍ଷା କରାଯିବ ବୋଲି ବୋର୍ଡ ତରଫରୁ ସୂଚନା ଜାରି କରାଯାଇଛି ।ତେଣୁ ଦେଶର ଏହି ଦୁଇ ପ୍ରମୁଖ ପରୀକ୍ଷା ପରିଚାଳନା ସଂସ୍ଥା ଅନୁଯାୟୀ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ।

ପୋଲିସ ସହାୟତାରେ ଯିବ ଡିଜି ଲକର, ବକ୍ସ, ଟ୍ରଙ୍କରେ ପ୍ରଶ୍ନପତ୍ର । ଜିଲ୍ଲାପାଳ, ଏସପି ଓ ଡିଇଓଙ୍କ ସହାୟତାରେ ଅନୁଷ୍ଠିତ ହେବ ପରୀକ୍ଷା । ୧୯୩ ଟି କେନ୍ଦ୍ରରେ ପରୀକ୍ଷା ହେବ ।

ସେପ୍ଟେମ୍ବର ୧୭ ତାରିଖରୁ ଆଡ଼ମିଟ କାର୍ଡ ହେବ ଉପଲବ୍ଧ । ଏନେଇ ସୂଚନା ଦେଇଛନ୍ତି ।ବୋର୍ଡ ସଭାପତି ଆହୁରି କହିଛନ୍ତି ଯେ, ପରୀକ୍ଷା ପରିଚାଳନାରେ ଯେଉଁମାନେ ଅଛନ୍ତି, ସେମାନଙ୍କ ଉପରେ ବି ନଜର ରହିଛି ।

Leave a Reply

Your email address will not be published. Required fields are marked *