ନ୍ୟୁଜ ଡେକ୍ସ : ଆସିଲା ଉପରାଷ୍ଟ୍ରପତି ନିର୍ବାଚନର ଫଳାଫଳ । ଜିତିଲେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ବିଜୟୀ ହୋଇଛନ୍ତି । ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ୧୫୨ ଭୋଟରେ ହରାଇଛନ୍ତି ସିପି ରାଧାକ୍ରିଷ୍ଣନ ।
ସିକ୍ରେଟ ବାଲଟରେ ହୋଇଥିବା ଭୋଟିଂରେ ସିପି ରାଧାକ୍ରିଷ୍ଣନଙ୍କୁ ୪୫୨ ଖଣ୍ଡ ଭୋଟ ମିଳିଛି। ସେହିପରି ଜଷ୍ଟିସ ରେଡ୍ଡୀ ୩୦୦ ଖଣ୍ଡ ଭୋଟ ପାଇଛନ୍ତି। ୧୫ ଜଣ ସାଂସଦଙ୍କ ଭୋଟ ନାକଚ ହୋଇଥିବା ରିଟର୍ଣ୍ଣିଂ ଅଫିସର ତଥା ରାଜ୍ୟସଭା ମହାସଚିବ ପିସି ମୋଦି ଘୋଷଣା କରିଛନ୍ତି।ସିପି ରାଧାକ୍ରିଷ୍ଣନ ବିଜୟ ହୋଇଥିବାରୁ ସେ ଦେଶର ପରବର୍ତ୍ତୀ ଉପ ରାଷ୍ଟ୍ରପତି ଭାବେ ଶପଥ ନେବେ।
ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଦିନ ୧୦ଟାରୁ ଭୋଟିଂ ଆରମ୍ଭ ହୋଇଥିଲା। ପ୍ରଥମ ଭୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିଲେ। ଏହାପରେ ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଧାଡ଼ିରେ ଆସି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ପାଇଁ ଭୋଟିଂ କରିଥିଲେ।
