ନ୍ୟୁଜ ଡେକ୍ସ : ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି, ନିର୍ମାଣ ହେବ ପ୍ଲାଣ୍ଟ । ବିଏମ୍ସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ବିଏମ୍ସି ଅଞ୍ଚଳରୁ ପ୍ରତିଦିନ ୮୦୦ ଟନ୍ ଅଳିଆ ବାହାରୁଛି । ଏନର୍ଜି ପ୍ଲାଣ୍ଟ, ବାୟୋଗ୍ୟାସ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ ନିର୍ମାଣ ପାଇଁ ଚିନ୍ତା କରୁଛୁ । ବାୟୋଗ୍ୟାସ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ ପାଇଁ ଟେଣ୍ଡର ସରିଛି ।
ପଳାଶୁଣୀରେ ନିର୍ମାଣ ହେବ ୱେଷ୍ଟ ଟୁ ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ।ଅଳିଆକୁ ନେଇ ବିଭିନ୍ନ ପଦ୍ଧତିରେ ଡି-ସେଣ୍ଟ୍ରାଲାଇଜଡ କରିବା ପାଇଁ ସ୍ୱତନ୍ତ୍ର ଭାବେ SHG ମହିଳାଙ୍କୁ ଟ୍ରେନିଂ ଦିଆଯାଇଛି । ୱଷ୍ଟେ ଟୁ ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ ପାଇଁ ଗୋଟିଏ ପ୍ରିଲିମିନାରୀ ଆଲୋଚନା ସରିଛି । ପଳାଶୁଣୀରେ ଏହି ପ୍ଲାଣ୍ଟ ନିର୍ମାଣ ହେବ । ନିଷ୍ପତିର ୬ ମାସ ମଧ୍ୟରେ ପ୍ଲାଣ୍ଟ କାମ ସାରିବାକୁ ଲକ୍ଷ୍ୟ ରହିଛି । ଭୁବନେଶ୍ୱର, କଟକ, ପୁରୀ, ଜଟଣୀ ଭଳି ପ୍ରମୁଖ ମୁନିସିପାଲିଟିରୁ ବାହାରୁ ଥିବା ସମସ୍ତ ଅଳିଆକୁ ଗୋଟିଏ ଜାଗାରେ ପ୍ରୋସେସ୍ କରିବାରର ଯୋଜନା ରହିଛି ।
ବିଏମସି ପକ୍ଷରୁ ପୁରୁଣା ଭୁବନେଶ୍ୱରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ କିଭଳି ଏକ ନମ୍ବର ମାନ୍ୟତା ମିଳିବ ସେ ଦିଗରେ ଭୁବନେଶ୍ୱର ମହାନଗର ନିଗମ ଆହୁରି ତତ୍ପର ହୋଇ କାମ କରିବାର ଆବଶ୍ୟକତା କହିଛନ୍ତି।

