Thu. Oct 23rd, 2025

ନ୍ୟୁଜ ଡେକ୍ସ : ଝାରସୁଗୁଡ଼ା ଅମଲିପାଲିରେ ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇ ଏକ ବିଶାଳ ରାଲି କରିଛନ୍ତି । ଏଥିସହ ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀ ଝାରସୁଗୁଡାବାସୀଙ୍କୁ ସମ୍ବୋଧନ କରିଛନ୍ତି । ମୋଦି କହିଛନ୍ତି, ଦେଢ଼ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନରେ ନୂଆ ସଂକଳ୍ପ ନେଲେ । ବିକଶିତ ଓଡ଼ିଶାର ସ୍ବପ୍ନ ନେବାକୁ ଶପଥ ନେଲେ । ଏହା ସହ ନବରାତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ୫୦ହଜାର କୋଟିରୁ ଅଧିକ ମୂଲ୍ୟର ଭେଟି ଦେଇଛନ୍ତି।

ମୋଦି ଝାରସୁଗୁଡ଼ାରୁ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି, ୨୦୧୪ରେ କ୍ଷମତାକୁ ଆସିବା ପରେ ଦେଶକୁ ଲୁଟତନ୍ତ୍ରରୁ ରକ୍ଷା କଲି। ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦେଶକୁ ଲୁଟ କରୁଥିଲା। ଆମ ସରକାର ୧୨ ଲକ୍ଷ ଆୟ ପର୍ଯ୍ୟନ୍ତ ଆୟକର ମୁକ୍ତ କରିଛନ୍ତି। କଂଗ୍ରେସ ସରକାର ବେଳେ ୧ ଲକ୍ଷ ଖର୍ଚ୍ଚ ପାଇଁ ୨୫ ହଜାର ଟିକସ ପଡ଼ୁଥିଲା। ମାତ୍ର ଆମ ସରକାରରେ ବର୍ତ୍ତମାନ ୧ ଲକ୍ଷରେ କେବଳ ୪ରୁ ୫ ହଜାର ଟିକସ ଦେବାକୁ ପଡୁଛି ବୋଲି ମୋଦି କହିଛନ୍ତି। କଂଗ୍ରେସ ଆପଣଙ୍କୁ ଲୁଟିବାର କୌଣସି ମୌକା ଛାଡ଼ିନି। କଂଗ୍ରେସର ଲୁଟତନ୍ତ୍ରରୁ ଆମେ ବାହାର କରିଛୁ। ୨ ଲକ୍ଷ ରୋଜଗାର କଲେ କଂଗ୍ରେସ ଟ୍ୟାକ୍ସ ନେଉଥିଲା।

ଆମ ସରକାର ଏଯାବତ ୪ କୋଟି ଗରିବଙ୍କୁ ପକ୍କା ଘର ଦେଇଛନ୍ତି । ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଆଜି ଓଡ଼ିଶାରେ ୫୦ ହଜାର ପକ୍କା ଘର କାର୍ଯ୍ୟାଦେଶ ଦିଆଯାଇଛି । କୃଷକଙ୍କ ହିତ ପାଇଁ ଟ୍ରାକ୍ଟର ଦାମ୍‌ ୪୦ ହଜାର କମ୍‌ କରାଯାଇଛି । ବିଗତ ଦଶନ୍ଧିରେ ଗରିବୀ ସହ ଲଢ଼ିଛନ୍ତି, ଏବେ ବିକାଶ ଦେଖିବେ । କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବିଜେପି ସରକାର ଟିକସ୍‌ କମ୍‌ କରିଛନ୍ତି । ଏହାଦ୍ବାରା ବହୁତ ସଂଖ୍ୟାରେ ଆଦିବାସୀ କେନ୍ଦୁପତ୍ର ତୋଳାଳି ଉପକୃତ । ଓଡ଼ିଶାରେ ଆଜି ୬ ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି । ‘ଓଡ଼ିଶାରେ ୬୦ଟି ରେଲୱେ ଷ୍ଟେସନର ଆଧୁନିକୀକରଣ କରାଯାଉଛି ବୋଲି କହିଛନ୍ତି ମୋଦି ।

Leave a Reply

Your email address will not be published. Required fields are marked *