ନ୍ୟୁଜ ଡେକ୍ସ : ବଙ୍ଗୋପସାଗରରେ ଏକ ଗଭୀର ଅବପାତ ସକ୍ରିୟ ଅବସ୍ଥାରେ ରହିଛି। ଏହା ପୁରୀଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବାବେଳେ, ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗକୁ ସରିଛି।ପାଣିପାଗ ବିଭାଗ ସୂଚନା ଅନୁସାରେ, ଏହି ଗଭୀର ଅବପାତ ପଛଲା ୬ ଘଣ୍ଟା ମଧ୍ୟରେ ପ୍ରତିଘଣ୍ଟା ୧୦ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇଛି ।
ଏହାର ପ୍ରଭାବରେ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସହିତ ବାତ୍ୟାବାତ୍ୟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ଗତକାଲି ଠାରୁ ଟ୍ବିନ୍ ସିଟିରେ ତୁହାକୁ ତୁହା ବର୍ଷା ଲାଗିରହିଛି। ୩ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଆସନ୍ତାକାଲି ଯାଏଁ ଲାଗି ରହିବ ପ୍ରବଳ ବର୍ଷା । ଆଜି ଦୁଇ ଜିଲ୍ଲା ଜଗତସିଂହପୁର ଓ ପୁରୀକୁ ରେଡ ୱାର୍ଣ୍ଣିଂ।
ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।୩ ତାରିଖ ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବାତ୍ୟା ନେଇ IMDର କୌଣସି ଆକଳନ ଆସିନାହିଁ ।
