Sat. Feb 21st, 2026

ନ୍ୟୁଜ ଡେକ୍ସ : ଆଉ କିଛି ସମୟ ପରେ ଧରାପୃଷ୍ଠରୁ ବିଦାୟ ନେବେ ମା’ ଦୁର୍ଗା। ପ୍ରତିବର୍ଷର ପରି ଏହି ବର୍ଷ ମଧ୍ୟ ଭସାଣି ଉତ୍ସବକୁ ନେଇ ସମଗ୍ର ରାଜ୍ୟରେ ବେଶ୍ ଉତ୍ସାହ ଓ ଧୂମଧାମ ଦେଖାଯାଉଛି। କିନ୍ତୁ, ଏହି ସମୟରେ କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ହେବାକୁ ନଦେବା ପାଇଁ ପୁଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି।

ଭସାଣି ସମୟରେ ଅଶାନ୍ତି କିମ୍ବା ବିଭିନ୍ନ ଅପରାଧମୂଳକ କାର୍ଯ୍ୟକଳାପ ରୋକିବା ପାଇଁ ପ୍ରଶାସନୀୟ ପଦକ୍ଷେପ ସହିତ ସରକାର ମଧ୍ୟ କଟକଣା ଲଗାଇଛନ୍ତି। ଭସାଣି ସମୟରେ ମଦ ଦୋକାନ ଖୋଲିବାକୁ ସଂପୂର୍ଣ୍ଣ ପ୍ରତିବନ୍ଧ ଜାରି କରାଯାଇଛି। ସେହିପରି, ବେଆଇନ ଭାବେ ଚୋରା ମଦ ବିକ୍ରି ହେବାକୁ ନଦେବା ପାଇଁ ଅବକାରୀ ବିଭାଗ ପକ୍ଷରୁ ବିଶେଷ ନଜରଦାରି କରାଯାଉଛି।

ପୁଲିସ, ଅବକାରୀ ବିଭାଗ ଓ ପ୍ରଶାସନୀୟ ଅଧିକାରୀମାନେ ମିଳିତ ଭାବରେ କାର୍ଯ୍ୟ କରିବାକୁ ସଚେତନତ କରାଯାଇଛି। ସାଧାରଣ ଲୋକଙ୍କୁ ମଧ୍ୟ ଶାନ୍ତି-ଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *