Wed. Jun 17th, 2026

ନ୍ୟୁଜ ଡେକ୍ସ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ପ୍ରଥମ T20 ମ୍ୟାଚ୍ ବର୍ଷାରେ ବାତିଲ୍ ହୋଇଗଲା। ମାନୁକା ଓଭାଲ ମାଠରେ ହୋଇଥିବା ଏହି ମ୍ୟାଚ୍ ଆରମ୍ଭରୁ ଦୁଇଥର ବର୍ଷାର ପ୍ରଭାବ ପଡିଥିଲା। ଶେଷରେ ଆବହା ଅନୁକୂଳ ନ ଥିବାରୁ ମ୍ୟାଚ୍ ବାତିଲ୍ କରିବାକୁ ଅମ୍ପାୟରମାନେ ବାଧ୍ୟ ହେଲେ।ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଭାରତ ବ୍ୟାଟିଂ କରି ୯.୪ ଓଭରରେ ଗୋଟିଏ ୱିକେଟ ହାରାଇ ୯୭ ରନ୍ କରିଥିଲା। ଅଭିଷେକ ଶର୍ମା ୯ ରନ୍ କରି ଆଉଟ୍ ହୋଇଥିଲେ। ସେହି ସମୟରେ ଶୁଭମନ ଗିଲ୍ ୩୭ ରନ୍ ଏବଂ ସୂର୍ଯ୍ୟକୁମାର ଯାଦବ ୩୯ ରନ୍ ସହ ମାଠରେ ଥିଲେ।ଆରମ୍ଭରୁ ବର୍ଷା ଯୋଗୁଁ ମ୍ୟାଚ୍ ଦେରିରେ ଆରମ୍ଭ ହୋଇଥିଲା ଏବଂ ଓଭର ସଂଖ୍ୟା ୨୦ରୁ କମେଇ ୧୮ କରାଯାଇଥିଲା।

କିନ୍ତୁ ୧୦ ଓଭର ହେବା ସମୟରେ ପୁଣିଥରେ ତୀବ୍ର ବର୍ଷା ହେବାରୁ ଖେଳକୁ ଆଗକୁ ଚାଲିବା ସମ୍ଭବ ହୋଇପାରିଲା ନାହିଁ।ଏହିପରିସ୍ଥିତିରେ ମ୍ୟାଚ୍ ବାତିଲ୍ ଘୋଷଣା କରାଯାଇଛି। ଦୁଇ ଦଳ ଏବେ ଦ୍ବିତୀୟ T20 ମ୍ୟାଚ ପାଇଁ ପ୍ରସ୍ତୁତି ନେବ। ଆସନ୍ତା ୩୧ ଅକ୍ଟୋବରରେ ମେଲବର୍ଣ୍ଣରେ ଏହି ମ୍ୟାଚ ହେବାକୁ ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *