ନ୍ୟୁଜ ଡେକ୍ସ : ଭାରତରେ ଖୁବଶୀଘ୍ର ଲାଗୁ ହେବ “ଏକ ଦେଶ, ଏକ ପୋଲିସ ୟୁନିଫର୍ମ ନୀତି (One Nation, One Police Uniform Policy)।” କେନ୍ଦ୍ର ଗୃହ ମନ୍ତ୍ରାଳୟ (MHA) ଏହାକୁ ନେଇ ଦେଶର ୧୬ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ପଠାଇ ନଭେମ୍ବର ୪ ମଧ୍ୟରେ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି।
ଏହି ନୂତନ ପଲିସି ଲାଗୁ ହେଲେ ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ଆଉ ଭିନ୍ନ ପୋଲିସ ପୋଷାକ ରହିବ ନାହିଁ। ଆନ୍ଧ୍ରପ୍ରଦେଶ, ଅରୁଣାଚଳ, ଆସାମ, ଗୋଆ, ହିମାଚଳ, ଝାଡ଼ଖଣ୍ଡ, କେରଳ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ଓଡ଼ିଶା, ସିକ୍କିମ୍, ତେଲେଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ଏହି ତାଲିକାରେ ରହିଛନ୍ତି।ନଭେମ୍ବର ୪ ମଧ୍ୟରେ ସମସ୍ତ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରର ଚିଠି ପରେ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ତଥ୍ୟ ପାଇଁ ଡିଜିପି କଣ୍ଟ୍ରୋଲ୍ ରୁମ୍ ନିର୍ଦ୍ଦେଶ ଦେଇଛି।ସବୁ ରାଜ୍ୟରେ ପୋଲିସ ପିନ୍ଧିବେ ସମାନ ପୋଷାକ। ଏକ ଦେଶ, ଏକ ପୁଲିସ ୟୁନିଫର୍ମ ନୀତି ଶୀଘ୍ର ଭାରତ ସାରା କାର୍ଯ୍ୟକାରୀ ହେବ । ବିଭିନ୍ନ ରାଜ୍ୟରେ ଆଉ ଅଲଗା ଅଲଗା ପୋଲିସ ୟୁନିଫର୍ମ ରହିବ ନାହିଁ ।
ସରକାରୀ ବିଜ୍ଞପ୍ତି ଅନୁଯାୟୀ, MHA କନଷ୍ଟେବଳ ପଦଠାରୁ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ପର୍ଯ୍ୟନ୍ତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ତଥ୍ୟ ମାଗିଛି। ଏହା ୧୬ଟି ରାଜ୍ୟର ପୋଲିସ ଡିଜିଙ୍କଠାରୁ ପୋଲିସ କର୍ମଚାରୀଙ୍କୁ ବର୍ତ୍ତମାନ ମଞ୍ଜୁର କରାଯାଇଥିବା ବାର୍ଷିକ ୟୁନିଫର୍ମ ଭତ୍ତା, ପଦବୀ ଅନୁଯାୟୀ ଓ ପ୍ରତ୍ୟେକ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ବର୍ତ୍ତମାନ ବ୍ୟବହୃତ ହେଉଥିବା ୟୁନିଫର୍ମର ଆନୁମାନିକ ମୂଲ୍ୟ ସମ୍ପର୍କରେ ବିବରଣୀ ମାଗିଛି।MHAର ନିର୍ଦ୍ଦେଶ ପରେ, ଡିଜିପି କଣ୍ଟ୍ରୋଲ ରୁମ୍ ରାଜ୍ୟ ପୋଲିସ ମୁଖ୍ୟାଳୟ ବିଳମ୍ବ ନକରି ଆବଶ୍ୟକୀୟ ସୂଚନା ସଂଗ୍ରହ ଏବଂ ପଠାଇବାକୁ ନିର୍ଦ୍ଦେଶ ଦେଇଛି।
ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ କ’ଣ ପୋଷାକ ପିନ୍ଧୁଛନ୍ତି ସେ ସମ୍ପର୍କରେ ତଥ୍ୟ ମଗାଯାଇଛି । ଏଥିସହ ପୋଷକର ଦାମର ମଧ୍ୟ ତଥ୍ୟ ଦେବାକୁ କୁହାଯାଇଛି। ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ନଭେମ୍ବର ୪ ତାରିଖ ସୁଦ୍ଧା ଆବଶ୍ୟକୀୟ ସୂଚନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରର ଚିଠି ପରେ ଡିଜିପି କଣ୍ଟ୍ରୋଲ ରୁମ୍ ରାଜ୍ୟ ପୋଲିସ ହେଡକ୍ୱାର୍ଟରକୁ ଆବଶ୍ୟକୀୟ ବିବରଣୀ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

