ନ୍ୟୁଜ ଡେକ୍ସ : ବିହାର ବିଧାନସଭା ନିର୍ବାଚନରେ NDAର ଐତିହାସିକ ବିଜୟ ପରେ ପ୍ରଭାରୀ ଭାବେ ଦାୟିତ୍ୱ ପାଳନ କରୁଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ୱର ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ସେ ପହଞ୍ଚିବା ସହିତ ଶହ ଶହ ବିଜେପି କର୍ମୀ, ଦଳୀୟ ନେତା ଓ ସମର୍ଥକଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟବାଦ୍ୟ ସହ ଭବ୍ୟ ସ୍ବାଗତ ମିଳିଛି।
ବିହାରରେ NDAର ଚମତ୍କାର ପ୍ରଦର୍ଶନ ପରେ ତାଙ୍କ ଏହି ଆଗମନ ଦଳ ମଧ୍ୟରେ ବିଶେଷ ଉତ୍ସାହ ସୃଷ୍ଟି କରିଛି।ବିହାର ବିଜୟକୁ ନେଇ ପ୍ରତିକ୍ରିୟା ଜଣାଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ବିହାର ବିଜୟ ପୁନର୍ବାର ପ୍ରମାଣ କରିଛି ଯେ ମୋଦିଜୀଙ୍କ ନେତୃତ୍ୱରେ ଦେଶରେ କଲ୍ୟାଣମୟ ଶାସନ ଚାଲିଛି। ଲଗାତାର ୨୦ ବର୍ଷ ପରେ ମଧ୍ୟ ବିହାର NDAକୁ ଆସ୍ଥା ଦେଇଛି। କଂଗ୍ରେସର ବିଭାଜନୀୟ ରାଜନୀତିକୁ ଲୋକେ ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି।” ବିହାର ବିଜୟକୁ ନେଇ ପ୍ରତିକ୍ରିୟା ଜଣାଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ବିହାର ବିଜୟ ପୁନର୍ବାର ପ୍ରମାଣ କରିଛି ଯେ ମୋଦିଜୀଙ୍କ ନେତୃତ୍ୱରେ ଦେଶରେ କଲ୍ୟାଣମୟ ଶାସନ ଚାଲିଛି। ଲଗାତାର ୨୦ ବର୍ଷ ପରେ ମଧ୍ୟ ବିହାର NDAକୁ ଆସ୍ଥା ଦେଇଛି।
କଂଗ୍ରେସର ବିଭାଜନୀୟ ରାଜନୀତିକୁ ଲୋକେ ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି।”ସେ ଆହୁରି କହିଛନ୍ତି ଯେ, ନୂଆପଡ଼ାରେ ବିଜେପି ବିପୁଳ ଭୋଟରେ ଯେପରି ଐତିହାସିକ ବିଜୟ ସାଧନ କରିଛି, ତାହା ଦଳ ପାଇଁ ଗର୍ବର ବିଷୟ।ଧର୍ମେନ୍ଦ୍ର ପ୍ରଧାନଙ୍କ ବିହାର ସହିତ ସମ୍ପର୍କ ଦୀର୍ଘଦିନର। ୨୦୧୨ରେ ସେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ ସେଠାରୁ ବିଜେପି ସଂଗଠନ ସହିତ ତାଙ୍କର ଗଭୀର ସମ୍ପର୍କ ଗଢ଼ିଉଠିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ସର୍ବଦା ଦୃଢ଼ ରହିଥିବା ମଧ୍ୟ ଜଣାଯାଉଛି।
ଓବିସି ସମ୍ପ୍ରଦାୟରୁ ଆସିଥିବା ଧର୍ମେନ୍ଦ୍ର ପ୍ରଧାନ ଦୀର୍ଘଦିନ ଧରି ବିହାରରେ ଏହି ବର୍ଗର ଭୋଟ ବ୍ୟାଙ୍କକୁ ମଜବୁତ କରିବାରେ ମୁଖ୍ୟ ଭୂମିକା ନେଇଆସିଛନ୍ତି, ଯାହା BJP–JDU ସମ୍ପର୍କକୁ ଆହୁରି ସୁଠାମ୍ବାନ୍ଧ କରିଛି। ଏହି ସଂଗଠନୀୟ ସମନ୍ୱୟ ଓ ନେତୃତ୍ୱର ଫଳାଫଳ ମଧ୍ୟ ଏବେର ବିହାର ବିଜୟରେ ପ୍ରତିଫଳିତ ହୋଇଛି।ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ଗସ୍ତ ସନ୍ଦର୍ଭରେ ଆସନ୍ତା ଦୁଇ ଦିନ ଧରି ବିଜେପିଙ୍କ ଦଳୀୟ କାର୍ଯ୍ୟକ୍ରମ, ସମୀକ୍ଷା ବୈଠକ ଓ ସଂଗଠନ ଶକ୍ତିବର୍ଦ୍ଧନ କାର୍ଯ୍ୟକଳାପ ଚାଲିବାକୁ ଥିବା ସୂଚନା ମିଳିଛି।

