Sun. Apr 19th, 2026

ନ୍ୟୁଜ ଡେକ୍ସ : ରାଜ୍ୟର ଗୌରବ ଶିମିଳିପାଳ ବାଘ ଅଭୟାରଣ୍ୟରେ ବାଘ ସଂଖ୍ୟା ଚଳିତ ବର୍ଷ ଏକ ନୂଆ ମାଇଲସ୍ଟୋନ୍ ସ୍ପର୍ଶ କରିଛି। ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝାଙ୍କ କହିବା ଅନୁଯାୟୀ, ଗତ ବର୍ଷ ୨୭ ଥିବା ବାଘ ସଂଖ୍ୟା ବଢ଼ି ଏବେ ୩୨ରେ ପହଞ୍ଚିଛି। ଗତ ବର୍ଷ ତୁଳନାରେ ୫ଟି ବାଘ ଅଧିକ ବୃଦ୍ଧି ହେବାକୁ ବନ ବିଭାଗ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ଦେଖୁଛି।

୨ ମାସ ଧରି ହୋଇଥିବା ଆଭ୍ୟନ୍ତରୀଣ ସର୍ଭେରୁ ମଧ୍ୟ ଶିମିଳିପାଳରେ ୯ଟି ଛୋଟ ବାଘ (କବ୍ସ) ଥିବା ନିଶ୍ଚିତ ହୋଇଛି। ଯଦିଓ ରାଷ୍ଟ୍ରୀୟ ବ୍ୟାଘ୍ର ଗଣନା ରିପୋର୍ଟ ୨୦୨୬ ଜୁନ୍‌ରେ ପ୍ରକାଶ ପାଇବ, ତଥାପି ବନ ବିଭାଗର ନିଜସ୍ୱ ଉଦ୍ୟମରେ ହୋଇଥିବା ସର୍ଭେ ଏହି ସକାରାତ୍ମକ ତଥ୍ୟ ପ୍ରକାଶ କରିଛି। ବନ୍ୟପ୍ରାଣୀ ସଂରକ୍ଷଣ, ଅବୈଧ ଶିକାର ରୋକଥାମ, ଫରେଷ୍ଟ ଗାର୍ଡ୍‌ମାନଙ୍କ ସଂଖ୍ୟା ବୃଦ୍ଧି, ଡ୍ରୋନ୍ ନିର୍କ୍ଷଣ ଓ ଯଥେଷ୍ଟ ଶିକାରୀ ଜନସମୁଦାୟ ସଚେତନତା ଏହି ସମସ୍ତ ପ୍ରୟାସର ଫଳରୂପେ ବାଘ ସଂଖ୍ୟାରେ ଏହି ବୃଦ୍ଧି ଦେଖାଯାଉଛି।

ଭାରତ ବିଶ୍ୱର ୭୫% ବାଘଙ୍କୁ ଧାରଣ କରୁଛି। ୨୦୦୬ ରୁ ୨୦୧୮ ମଧ୍ୟରେ ଦେଶରେ ବାଘ ସଂଖ୍ୟା ୩୦% ରେ ବୃଦ୍ଧି ପାଇଥିବା ତଥ୍ୟ ପ୍ରକାଶ ପାଇଛି। ଏହି ଗତିଧାରାରେ ଓଡ଼ିଶା ପଣି ବର୍ତ୍ତମାନ ଚାଲିଛି ବୋଲି ବନ ବିଭାଗ କହୁଛନ୍ତି।ବାଘ ସଂଖ୍ୟାରେ ବୃଦ୍ଧି ତ କେବଳ ଜୀବବିଚିତ୍ରତାକୁ ଶକ୍ତିଶାଳୀ କରିବ ନୁହେଁ, ପର୍ଯ୍ୟଟନ ଓ ପରିବେଶ ସୁରକ୍ଷାରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିବ ବୋଲି ବିଶେଷଜ୍ଞମାନେ ବ୍ୟାଖ୍ୟା କରୁଛନ୍ତି।

Leave a Reply

Your email address will not be published. Required fields are marked *