Fri. Apr 17th, 2026

ନ୍ୟୁଜ ଡେକ୍ସ : ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ପୁଣିଥରେ ନିଜର ଅନୋଖା ଅନ୍ଦାଜରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଅଭିନୟ ସହିତ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ଥିବା ବିଗ୍ ବି ନିକଟରେ ଏକ ଛୋଟ ପୋଷ୍ଟ ସେୟାର କରି ସାରା ବି-ଟାଉନ୍‌ରେ ଚର୍ଚ୍ଚାକୁ ତେଜ କରିଦେଇଛନ୍ତି।ସେ ନିଜ ଏକ୍ସ ହ୍ୟାଣ୍ଡେଲରେ “T 5704 – सच में ? कैसे ?” ଲେଖିଥିଲେ। ଦେଖିବାକୁ ସାଧାରଣ ଲାଗୁଥିବା ଏହି ଦୁଇଟି ପ୍ରଶ୍ନ ଏବେ ଫ୍ୟାନ୍ସଙ୍କ ମଧ୍ୟରେ ବଡ଼ ଉତ୍ସୁକତା ସୃଷ୍ଟି କରିଛି।

କଣ ଅର୍ଥ ରହିଛି ଏହି ପୋଷ୍ଟର, ସେନେଇ ସମସ୍ତେ ଅନୁମାନ କରିବାରେ ବ୍ୟସ୍ତ ଅଛନ୍ତି।ସୋସିଆଲ ମିଡିଆରେ ଏହା ପରେ ବିଭିନ୍ନ ପ୍ରତିକ୍ରିୟା ଦେଖାଦେଇଛି। କିଛି ଲୋକ ଏହାକୁ ତାଙ୍କ ଆଗାମୀ ଫିଲ୍ମ ସହ ଯୋଡ଼ି ଦେଖୁଥିବା ବେଳେ, ଆଉ କିଛି ଲୋକ ଏହାକୁ ଜୀବନର କୌଣସି ଗଭୀର ଚିନ୍ତାଧାରାର ପ୍ରତିଫଳନ ବୋଲି ମନେ କରୁଛନ୍ତି। କିଛି ଫ୍ୟାନ୍ସ ମଜାଳିଆ ଭାବରେ ତାଙ୍କୁ ଅନୁରୋଧ କରିଛନ୍ତି ଯେ ସେ ଏହାର ଅର୍ଥ ସ୍ପଷ୍ଟ କରନ୍ତୁ।ଟ୍ୱିଟ୍ ପରେ ଅମିତାଭ ନିଜ ବ୍ଲଗ୍‌ରେ ମଧ୍ୟ ଏହି ବିଷୟକୁ ଉଠାଇ ଆହୁରି ରହସ୍ୟ ବଢ଼ାଇଛନ୍ତି।

ସେ ଜୀବନର ଅନିଶ୍ଚିତତା ଓ ‘କାହିଁକି’ ଏବଂ ‘କେମିତି’ ପ୍ରଶ୍ନର ଉତ୍ତର ଖୋଜିବା ଉପରେ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସବୁ ପ୍ରଶ୍ନର ସ୍ପଷ୍ଟ ଉତ୍ତର ମିଳିବା ଆବଶ୍ୟକ ନୁହେଁ।ଅମିତାଭ ବଚ୍ଚନ ପୁଣିଥରେ ପ୍ରମାଣ କରିଛନ୍ତି ଯେ ସେ କେବଳ ଅଭିନୟରେ ନୁହେଁ, ଶବ୍ଦର ମାଧ୍ୟମରେ ମଧ୍ୟ ଲୋକଙ୍କୁ ଚିନ୍ତା କରାଇବାରେ ପାରଙ୍ଗତ। ଏବେ ସମସ୍ତଙ୍କ ଅପେକ୍ଷା, କେବେ ବିଗ୍ ବି ନିଜେ ଏହି ରହସ୍ୟ ଉପରୁ ପରଦା ହଟାଇବେ।

Leave a Reply

Your email address will not be published. Required fields are marked *