Mon. Apr 20th, 2026

ନ୍ୟୁଜ ଡେକ୍ସ : ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ମ ଭୂତ ବଙ୍ଗଲାର ସଫଳତାକୁ ନେଇ ବେଶ ଆଶାୟୀ ଅଛନ୍ତି। ଏପ୍ରିଲ ୧୭ ତାରିଖରେ ଏହି ହରର କମେଡୀ ଫିଲ୍ମ ପରଦାକୁ ଆସିବାକୁ ଯାଉଛି। ରିଲିଜ ପୂର୍ବରୁ ଫିଲ୍ମର ଟ୍ରେଲରକୁ ଦର୍ଶକଙ୍କ ଭାରୀ ସମର୍ଥନ ମିଳିଛି।ଟ୍ରେଲର ରିଲିଜ ହେବା ସହିତ ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଯାଇଛି। ୧୦୦ ମିଲିୟନରୁ ଅଧିକ ଭ୍ୟୁଜ ସହ ଏହା ଏକ ନୂତନ ରେକର୍ଡ ସୃଷ୍ଟି କରିଛି।

ୟୁଟ୍ୟୁବରେ ଏହା ଏବେ ନମ୍ବର ଓନ୍ ସ୍ଥାନରେ ଟ୍ରେଣ୍ଡ କରୁଥିବା ବେଳେ, ଦର୍ଶକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି।ବାଲାଜୀ ମୋଶନ ପିକଚର୍ସ ପକ୍ଷରୁ ଇନଷ୍ଟାଗ୍ରାମରେ ଶେୟାର କରାଯାଇଥିବା ଟ୍ରେଲରକୁ ୧୫.୨ ମିଲିୟନ ଭ୍ୟୁଜ ମିଳିଥିବା ବେଳେ, ଅକ୍ଷୟ କୁମାରଙ୍କ ନିଜସ୍ୱ ଆକାଉଣ୍ଟରେ ଶେୟାର ହୋଇଥିବା ଭିଡିଓକୁ ୩.୮ ମିଲିୟନ ଦର୍ଶକ ଦେଖିସାରିଛନ୍ତି।ଏହି ଫିଲ୍ମର ନିର୍ଦ୍ଦେଶନା ପ୍ରସିଦ୍ଧ ନିର୍ଦ୍ଦେଶକ ପ୍ରିୟଦର୍ଶନ ଦେଇଛନ୍ତି। ଅକ୍ଷୟ କୁମାର ଓ ପ୍ରିୟଦର୍ଶନଙ୍କ ଯୋଡି ପୂର୍ବରୁ ଅନେକ ସଫଳ ଫିଲ୍ମ ଦେଇଥିବାରୁ ଏଥର ମଧ୍ୟ ଦର୍ଶକମାନଙ୍କ ଆଶା ବଢ଼ିଛି।

ରିଲିଜ ପୂର୍ବରୁ ସୋସିଆଲ ମିଡିଆରେ ଫିଲ୍ମଟିକୁ ହିଟ ବୋଲି ଘୋଷଣା କରାଯାଉଥିବା ବେଳେ, ୨୦୨୬ ଅକ୍ଷୟ କୁମାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି ବୋଲି ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।ଚଳିତ ବର୍ଷ ଅକ୍ଷୟଙ୍କ ଆଉ ୩ଟି ଫିଲ୍ମ ମଧ୍ୟ ରିଲିଜ ହେବାକୁ ଯାଉଛି। ଭୂତ ବଙ୍ଗଲା ପରେ ହୈବାନ ଓ ୱେଲକମ ଟୁ ଦି ଜଙ୍ଗଲ ପରଦାକୁ ଆସିବ। ବିଶେଷ କରି ହୈବାନ ଫିଲ୍ମରେ ମଧ୍ୟ ଅକ୍ଷୟ କୁମାର ଓ ପ୍ରିୟଦର୍ଶନଙ୍କ ଯୋଡି ପୁନର୍ବାର ଦେଖିବାକୁ ମିଳିବ।ସାରାମସ୍ତରେ, ଭୂତ ବଙ୍ଗଲା ଫିଲ୍ମଟି ରିଲିଜ ପୂର୍ବରୁ ଯେପରି ପ୍ରତିକ୍ରିୟା ପାଉଛି, ତାହା ଦେଖି ଏହା ବକ୍ସ ଅଫିସରେ ମଧ୍ୟ ବଡ଼ ସଫଳତା ଲାଭ କରିପାରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *