Thu. Apr 23rd, 2026

ନ୍ୟୁଜ ଡେକ୍ସ : ଦୀର୍ଘଦିନ ଧରି ପ୍ରାକୃତିକ ଔଷଧି ଭାବେ ପରିଚିତ ଅଶ୍ୱଗନ୍ଧା ସମ୍ପର୍କରେ ଏବେ ବଡ଼ ନିଷ୍ପତ୍ତି ନେଇଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (FSSAI)। ଚାପମୁକ୍ତି ଓ ନିଦ ସମସ୍ୟାରୁ ଆରମ୍ଭ କରି ବିଭିନ୍ନ ରୋଗରେ ଉପକାରୀ ବୋଲି ଧରାଯାଉଥିବା ଏହି ଆୟୁର୍ବେଦିକ ଔଷଧିକୁ ନେଇ ନୂଆ ନିୟମ ଲାଗୁ କରାଯାଇଛି।FSSAI ଓ ଆୟୁଷ ମନ୍ତ୍ରଣାଳୟ ମିଶି ଅଶ୍ୱଗନ୍ଧା ପତ୍ର ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି।

ଏପ୍ରିଲ ୧୬ରେ ଜାରି ହୋଇଥିବା ନିର୍ଦ୍ଦେଶରେ ସମସ୍ତ ରାଜ୍ୟକୁ କଡ଼ା ନଜର ରଖିବାକୁ କୁହାଯାଇଛି। ଯେଉଁ କମ୍ପାନୀ ଅଶ୍ୱଗନ୍ଧା ପତ୍ର କିମ୍ବା ଏହାର ନିର୍ଗମ ବ୍ୟବହାର କରିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବାକୁ ସ୍ପଷ୍ଟ କରାଯାଇଛି। ସେଥିପାଇଁ ଏବେ କମ୍ପାନୀମାନେ ନିଜ ଉତ୍ପାଦରେ ଗଛର କେଉଁ ଅଂଶ ବ୍ୟବହୃତ ହୋଇଛି ସେଥିକୁ ସ୍ପଷ୍ଟ କରିବାକୁ ପଡିବ।ବୈଜ୍ଞାନିକ ଗବେଷଣା ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଗବେଷଣାରୁ ଜଣାପଡ଼ିଛି ଯେ ଅଶ୍ୱଗନ୍ଧା ପତ୍ରରେ ୱିଥାନୋଲାଇଡ୍ସ ନାମକ ତତ୍ତ୍ୱ ଅଧିକ ପରିମାଣରେ ରହିଛି। ବିଶେଷକରି ଭିଡାଫେରିନ୍-ଏ ନାମକ ତତ୍ତ୍ୱ ଶରୀର ଉପରେ ଅନୁକୂଳ ପ୍ରଭାବ ସହ ଅନକୂଳ ପ୍ରଭାବ ମଧ୍ୟ ପକାଇପାରେ।

ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ଯକୃତ କ୍ଷତି, ପେଟ ସମସ୍ୟା ଓ ସ୍ନାୟୁତନ୍ତ୍ରକୁ ପ୍ରଭାବିତ କରିପାରେ।ବର୍ତ୍ତମାନ ସମୟରେ ଅଶ୍ୱଗନ୍ଧାର ବ୍ୟବହାର ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଏହା କ୍ୟାପସୁଲ, ପାଉଡର ଓ ପାନୀୟ ଆକାରରେ ବଜାରରେ ସହଜରେ ମିଳୁଛି। ଯଦିଓ ଏହା ଶତାବ୍ଦୀ ଧରି ଆୟୁର୍ବେଦରେ ବ୍ୟବହୃତ ହୋଇଆସୁଛି ଏବଂ ଠିକ୍ ମାତ୍ରାରେ ଗ୍ରହଣ କଲେ ନିରାପଦ ବୋଲି ଧରାଯାଉଛି, ତଥାପି ନିୟାମକ ସଂସ୍ଥାମାନେ ଏହାର ମୂଳ ବ୍ୟବହାରକୁ ମାତ୍ର ଅନୁମୋଦନ କରିଛନ୍ତି।

Leave a Reply

Your email address will not be published. Required fields are marked *