Sat. Apr 18th, 2026

ନ୍ୟୁଜ ଡେକ୍ସ : ପ୍ରାଚୀନ କାଳରୁ ଦକ୍ଷିଣ ଭାରତୀୟମାନେ ଜାହାଜ ମାଧ୍ୟମରେ ପୂର୍ବ ଏସିଆ ଓ ପଶ୍ଚିମରେ ଆରବ ଜଗତ ସହ ବ୍ୟାପାରିକ ସମ୍ପର୍କ ସ୍ଥାପନ କରିଆସୁଥିଲେ। ସେହି ଐତିହାସିକ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରିବା ସହିତ ଭାରତର ସାମୁଦ୍ରିକ କ୍ଷେତ୍ରରେ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପ୍ରିଲ ୫ ତାରିଖରେ ଜାତୀୟ ସାମୁଦ୍ରିକ ଦିବସ ପାଳନ କରାଯାଏ।

ଆଧୁନିକ ଯୁଗରେ ଭାରତ ସାମୁଦ୍ରିକ କ୍ଷେତ୍ରରେ ଦ୍ରୁତ ଗତିରେ ଅଗ୍ରଗତି କରିଛି। ବନ୍ଦର ବିକାଶ, ଜାହାଜ ଚଳାଚଳ ବୃଦ୍ଧି ଓ ସମୁଦ୍ର ସୁରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାରେ ସରକାର ନିରନ୍ତର ପ୍ରୟାସରତ ଅଛନ୍ତି। ଏହି ଦିନ ଅବସରରେ ସାମୁଦ୍ରିକ କ୍ଷେତ୍ରର ଉନ୍ନତି ଓ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି।ଏହାସହ ସମୁଦ୍ର ସେବାରେ ସାହସିକତା ପ୍ରଦର୍ଶନ କରିଥିବା ବ୍ୟକ୍ତିମାନଙ୍କୁ ସରକାର ପୁରସ୍କାର ପ୍ରଦାନ କରୁଛନ୍ତି।

ସାମୁଦ୍ରିକ କ୍ଷେତ୍ର ସହ ଜଡିତ ବିଶେଷଜ୍ଞ ଓ କର୍ମୀମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବନ୍ଦର ଓ ନୌପରିବହନ ବ୍ୟବସ୍ଥାର ଆଗାମୀ ଉନ୍ନତି ପାଇଁ ସରକାରୀ ପ୍ରତିବଦ୍ଧତା ମଧ୍ୟ ଦୋହରାଯାଉଛି। ଜାତୀୟ ସାମୁଦ୍ରିକ ଦିବସ ଆମକୁ ସମୁଦ୍ର ସମ୍ପଦର ସୁରକ୍ଷା, ନିରାପତ୍ତା ଓ ସଂରକ୍ଷଣର ଗୁରୁତ୍ୱ ସ୍ମରଣ କରାଏ। ଏହା ସହିତ ଭାରତର ଗୌରବମୟ ସାମୁଦ୍ରିକ ଇତିହାସକୁ ଆଗକୁ ନେବା ପାଇଁ ଏହି ଦିବସ ନୂତନ ପ୍ରେରଣା ଯୋଗାଇଥାଏ।

Leave a Reply

Your email address will not be published. Required fields are marked *