ନ୍ୟୁଜ ଡେକ୍ସ : ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅଞ୍ଚଳର ଏକ ଆବାସିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପୁଣି ଥରେ ଆଦିବାସୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଛାତ୍ରୀ ଯୁକ୍ତ ଦ୍ୱିତୀୟ ବିଭାଗରେ ପଢୁଥିବା ସମୟରେ ହଷ୍ଟେଲରେ ମାସିକ ସମୟରେ ମେଟ୍ରୋନ୍ ପକ୍ଷରୁ ପ୍ରେଗନେସି ଟେଷ୍ଟ ହେବା ପରେ ରିପୋର୍ଟ ପଜେଟିଭ୍ ଆସିଥିଲା।
ଏହା ପରେ ବିଦ୍ୟାଳୟ ଅଧ୍ୟକ୍ଷ ମାଥିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାମଲା ରୁଜୁ ହେବା ପରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେହିପରି ରାଜ୍ୟର ୩ ଜିଲ୍ଲାରୁ ସମାନ ଅଭିଯୋଗ ଆସିଛି। ମୟୂରଭଞ୍ଜ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରୁ ଏପରି ସମାନ ଖବର ସାମ୍ନାକୁ ଆସିଛି। ମୟୂରଭଞ୍ଜ ଜିଲ୍ଲାରେ ହାଇସ୍କୁଲରେ ପଢୁଥିବା ଛାତ୍ରୀ ଯୌନ ଶୋଷଣର ଶିକାର ହୋଇଛନ୍ତି। କିଛିମାସ ତଳେ ନାବାଳିକାକୁ ଯୌନ ଶୋଷଣ କରି ଗର୍ଭବତୀ କରିଥିଲା ୧୫ ବର୍ଷର ନାବାଳକ।
ମୟୂରଭଞ୍ଜରେ ଏହି ଖବର ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳର ଏକ ଶେବାଶ୍ରମର ଦଶମ ଶ୍ରେଣୀ ଛାତ୍ରୀ ମଧ୍ୟ ଗର୍ଭବତୀ ହୋଇଥିଲେ । ସେହିପରି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକର ଏକ ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ପ୍ରଧାନ ଶିକ୍ଷୟିତ୍ରୀ। ଛାତ୍ରୀଙ୍କ ବୟାନ ଆଧାରରେ ଜଣେ ନାବାଳକକୁ ପୋଲିସ ଗିରଫ କରିଛି।

