ନ୍ୟୁଜ ଡେକ୍ସ : ଶ୍ରୀଜଗନ୍ନାଥଙ୍କ ଅପାର ଦୟା ଓ ଭକ୍ତଚିନ୍ତାନୀଧି ବୃତ୍ତିକୁ ପୁନର୍ବାର ସାକ୍ଷୀ ରଖିଲା ଏକ ଅଭିଜ୍ଞତା। ରାଜସ୍ଥାନର ପାସୱାଡ଼ାରୁ ଆସିଥିବା ଜଣେ ଭକ୍ତ ପରିବାରଙ୍କ ଡାକ ଶୁଣି ଅସୁସ୍ଥ ଶିଶୁଟି ସୁସ୍ଥ ହେବାକୁ ଲାଗିଛି। ମହାପ୍ରଭୁଙ୍କ ମହିମାର କଥା ଏବେ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।ସୂଚନା ଅନୁସାରେ, ରାଜସ୍ଥାନର ଏହି ପରିବାର ନିଜ ପୁଅର ଗୁରୁତର ଅସୁସ୍ଥତାରେ ଡାକ୍ତରଙ୍କ ପାଖରେ ଅନେକ ଚେଷ୍ଟା କଲେ ବି ନିରାଶା ହାତେ ଫେରିଥିଲେ।
ଶିଶୁର ଜୀବନ ନେଇ ଚିନ୍ତିତ ପିତା–ମାତା ଆଖିରେ ନାଇଁଜଳି ନିଏ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ।ଭକ୍ତମାନଙ୍କ କଥା, “ନୀଳକନ୍ଦରରୁ ମହାପ୍ରଭୁ ଡାକ ଶୁଣିଥାନ୍ତି।” ଏହି ପରିବାର ବିଶ୍ୱାସ କରୁଛନ୍ତି ଯେ ମହାପ୍ରଭୁଙ୍କ ଦୟାରେ ତାଙ୍କ ପୁଅ ସ୍ୱାସ୍ଥ୍ୟ ଲାଭ କରୁଛି। ଏବେ ଶିଶୁଟି ଧୀରେ ଧୀରେ ସୁସ୍ଥ ହେବା ଆରମ୍ଭ କରିଛି, ଯାହାରା ଦେଖି ଭକ୍ତ ପରିବାର ଆନନ୍ଦରେ ଭରିଯାଇଛନ୍ତି।
ମହାପ୍ରଭୁଙ୍କ ଅପାର କୃପାରେ ଶିଶୁ ପୁନଃଜୀବନ ଲାଭ କରୁଛି ବୋଲି ମାନି, ପରିବାର ଆଜି ରାଜସ୍ଥାନରୁ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଧାଇଁ ଆସିଛନ୍ତି। ସାଙ୍ଗରେ ଶିଶୁକୁ ନେଇ, ମହାପ୍ରଭୁଙ୍କ ଚରଣକମଳରେ ଲୋଟାଇ ତାଙ୍କର ଅର୍ପଣ ଓ କୃତଜ୍ଞତା ପ୍ରକାଶ କରିଛନ୍ତି।ଏହି ଘଟଣା ଫଳରେ ଶ୍ରୀକ୍ଷେତ୍ରରେ ପୁନର୍ବାର ଶ୍ରୀଜଗନ୍ନାଥଙ୍କ ମହିମା, ଭକ୍ତିର ଶକ୍ତି ଓ ବିଶ୍ୱାସର ଅଦ୍ଭୁତ ଦୃଷ୍ଟାନ୍ତ ସ୍ଥାପିତ ହେଲା।

