ନ୍ୟୁଜ ଡେକ୍ସ : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୬ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଆସନ୍ତା ମେ ୪ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।ସୂଚନା ଅନୁଯାୟୀ, ପ୍ରତିଦିନ ତିନୋଟି ସିଫ୍ଟରେ ପରୀକ୍ଷା ଆୟୋଜିତ ହେବ। ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ଟା, ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧ଟାରୁ ୩ଟା ଏବଂ ତୃତୀୟ ସିଫ୍ଟ ଅପରାହ୍ନ ସାଢ଼େ ୪ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ହେବ।
ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମୋଡରେ ହେବ ବୋଲି ସୂଚିତ କରାଯାଇଛି। ଆବେଦନକାରୀମାନଙ୍କ ଆଡମିଟ୍ କାର୍ଡ ଓଜେଇଇର ଆଧିକାରିକ ୱେବସାଇଟରେ ଉପଲବ୍ଧ ରହିଛି।ମେ ୪ ତାରିଖରେ ତିନୋଟି ସିଫ୍ଟରେ ବେସିକ୍ ବିଏସ୍ସି ନର୍ସିଂ ପରୀକ୍ଷା ହେବ। ୫ ତାରିଖର ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ବେସିକ୍ ବିଏସ୍ସି ନର୍ସିଂ ଏବଂ ତୃତୀୟ ସିଫ୍ଟରେ ବି ଫାର୍ମା ପରୀକ୍ଷା ଆୟୋଜିତ ହେବ। ୬ ତାରିଖରେ ତିନୋଟି ସିଫ୍ଟରେ ବି ଫାର୍ମା ପରୀକ୍ଷା ହେବ। ୭ ତାରିଖର ପ୍ରଥମ ସିଫ୍ଟରେ ଇଣ୍ଟିଗ୍ରେଟେଡ୍ ଏମ୍ବିଏ ଓ ଏମ୍ଏସ୍ସି ନର୍ସିଂ ପରୀକ୍ଷା ହେବା ସହ, ଦ୍ୱିତୀୟ ଓ ତୃତୀୟ ସିଫ୍ଟରେ ଏମ୍ବିଏ ପରୀକ୍ଷା ହେବ।
୮ ତାରିଖରେ ସମସ୍ତ ସିଫ୍ଟରେ ଏଲ୍ଇ ଟେକ୍ (ଡିପ୍ଲୋମା) ପରୀକ୍ଷା ହେବ।୯ ତାରିଖରେ ପ୍ରଥମ ସିଫ୍ଟରେ ଏଲ୍ଇ ଟେକ୍ (ଡିପ୍ଲୋମା), ଦ୍ୱିତୀୟ ସିଫ୍ଟରେ ଏମ୍ସିଏ ଓ ଏମ୍ଏସ୍ସି (କମ୍ପ୍ୟୁଟର ସାଇନ୍ସ) ଏବଂ ତୃତୀୟ ସିଫ୍ଟରେ ଏମ୍ସିଏ ଓ ପୋଷ୍ଟ ବେସିକ୍ ବିଏସ୍ସି ନର୍ସିଂ ପରୀକ୍ଷା ଆୟୋଜିତ ହେବ। ୧୦ ତାରିଖର ପ୍ରଥମ ସିଫ୍ଟରେ ଏମ୍ ଫାର୍ମା, ଏମ୍ ଆର୍କ, ଏମ୍ ପ୍ଲାନ୍, ଏମ୍ ଟେକ୍ ଓ ଏଲ୍ଇ ଟେକ୍ ବିଏସ୍ସି ପରୀକ୍ଷା ରହିଥିବା ବେଳେ, ଦ୍ୱିତୀୟ ସିଫ୍ଟରେ ପୋଷ୍ଟ ବେସିକ୍ ଡିପ୍ଲୋମା ନର୍ସିଂ, ବି ସାଟ୍ ଓ ଏଲ୍ଇ ଫାର୍ମା ପରୀକ୍ଷା ହେବ।ଏହି ପରୀକ୍ଷା ସୂଚୀ ପ୍ରକାଶ ପରେ ଛାତ୍ରଛାତ୍ରୀମାନେ ତାଙ୍କର ପ୍ରସ୍ତୁତିକୁ ଆହୁରି ଗତି ଦେଇଛନ୍ତି। ଓଜେଇଇ ପକ୍ଷରୁ ସମସ୍ତ ପରୀକ୍ଷା ସୁଚାରୁ ଭାବେ ସମ୍ପନ୍ନ କରିବାକୁ ପ୍ରସ୍ତୁତି ଜୋରଦାର ହୋଇଥିବା ସୂଚନା ମିଳିଛି।

