Fri. Apr 17th, 2026

ନ୍ୟୁଜ ଡେକ୍ସ:ଦେଶରେ ଯୁଦ୍ଧ ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ନେଇ ଏବେ କଡା ପଦକ୍ଷେପ ନିଆଯାଉଛି। ଏହି ସମ୍ପର୍କରେ, ପୂର୍ବାଞ୍ଚଳ ରେଞ୍ଜର ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ଡକ୍ଟର ସତ୍ୟଜିତ ନାୟକ ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି।

ବିଶେଷକରି, ଚାନ୍ଦିପୁରରେ ଅବସ୍ଥିତ ସମନ୍ୱିତ ପରୀକ୍ଷଣ କ୍ଷେତ୍ର ଏବଂ ପ୍ରମାଣ , ପରୀକ୍ଷାମୂଳକ ପ୍ରତିଷ୍ଠାନ (PXE)ର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରାଯିବ। ସୁରକ୍ଷା ବୈଠକ ଡାକିଛନ୍ତି ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି । ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଓଡିଶାର ବିଭିନ୍ନ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି ।

ଯେ କୌଣସି ମୁହୁର୍ତ୍ତରେ ଭାରତ ଉପରେ ଆତଙ୍କବାଦୀ ହମଲା ହେବାର ଆଶଙ୍କା ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିଦିଆଯାଉଛି । ପୁରୀ ଶ୍ରୀ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଭାବେ ପାଳନ ହେଉଛି । ମନ୍ଦିର ଭିତରେ ଓ ବାହାରେ ପୋଲିସ ଛାଉଣି କରାଯାଇଛି ।

Leave a Reply

Your email address will not be published. Required fields are marked *