Sun. Apr 19th, 2026

ନ୍ୟୁଜ ଡେକ୍ସ : ଟାଙ୍ଗୀ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧୀନ ଜଙ୍ଗଲିଆ ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗତକାଲି ରାତିରେ ପୋଲିସ ଅଚାନକ ଚଢ଼ାଉ କରି ୨୦ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି।

ବିଶେଷ ସୂତ୍ରରୁ ସୂଚନା ପାଇ ପୋଲିସ ଏହି ଚଢ଼ାଉ କରିଥିବା ବେଳେ ଘଟଣାସ୍ଥଳରୁ ନଗଦ ୧୦ ଲକ୍ଷ ୩୮ ହଜାର ୫୦୦ ଟଙ୍କା, ଗୋଟିଏ ଦାମୀ କାର, ୪ଟି ବାଇକ, ୨୦ଟି ମୋବାଇଲ ଫୋନ ଏବଂ ୧୦ ମୁଠା ତାସ ଜବତ କରାଯାଇଛି।ପୋଲିସ କହିଛି ଯେ ଏହି ଜୁଆ ଆଡ୍ଡାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଜୁଆଡ଼ିମାନେ ଆସି ଜୁଆ ଖେଳୁଥିଲେ ଏବଂ କୋଟି କୋଟି ଟଙ୍କାର ବେପାର ଚାଲୁଥିବା ସୂଚନା ମିଳିଥିଲା।

ଏହି ଚଢ଼ାଉ ସହିତ ଜିଲ୍ଲାରେ ଅବୈଧ ଜୁଆ କାର୍ଯ୍ୟକଳାପ ଉପରେ ଲାଗିଛି ଏକ ବଡ଼ ଆଘାତ।ଗିରଫ ହୋଇଥିବା ସମସ୍ତ ୨୦ ଜଣଙ୍କୁ ଆଇନଗତ ପ୍ରକ୍ରିୟାରେ କୋର୍ଟରେ ହାଜର କରାଯିବା ସହ ଏହି ନେଟୱର୍କ ପଛରେ କିଏ ରହିଛି, ସେଥିରେ ତଦନ୍ତ ଜୋରଦାର କରାଯାଇଛି।

Leave a Reply

Your email address will not be published. Required fields are marked *