Thu. Apr 16th, 2026

ନ୍ୟୁଜ ଡେକ୍ସ : ଦୀର୍ଘ ବ୍ୟବଧାନ ପରେ କଟକର ବାରବାଟୀ ଷ୍ଟାଡିୟମରେ ପୁଣିଥରେ ଆନ୍ତର୍ଜାତୀୟ କ୍ରିକେଟ୍ ଉତ୍ସାହ ଦେଖିବାକୁ ମିଳିବ। ଆସନ୍ତା ଡିସେମ୍ବର ୨୪ ତାରିଖରେ ଏଠାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏକ ରୋମାଞ୍ଚକ ଟି-୨୦ ମ୍ୟାଚ୍ ଖେଳାଯିବ।

୨୦୨୬-୨୭ ମସିହା ପାଇଁ ବିସିସିଆଇ ପ୍ରକାଶ କରିଥିବା ଖେଳସୂଚୀରୁ ଏହା ସ୍ପଷ୍ଟ ହୋଇଛି ଯେ ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ୩ଟି ଓଡିଆଇ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ। ଏହି ତିନି ମ୍ୟାଚ୍‌ର ଟି-୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ବାରବାଟୀରେ ଆୟୋଜିତ ହେବ।ସିରିଜ୍‌ର ପ୍ରଥମ ଟି-୨୦ ମ୍ୟାଚ୍ ରାଜକୋଟରେ ଓ ତୃତୀୟ ମ୍ୟାଚ୍ ପୁଣେରେ ଖେଳାଯିବ।

ବାରବାଟୀରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶେଷଥର ୨୦୧୭ ମସିହାରେ ମ୍ୟାଚ୍ ଖେଳାଯାଇଥିଲା।ସେହି ମ୍ୟାଚ୍‌ରେ ଭାରତୀୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୯୩ ରନ୍‌ରେ ପରାସ୍ତ କରିଥିଲା। ଏବେ ପୁଣିଥରେ ଏହି ଦୁଇ ଦଳର ମୁକାବିଲା ନେଇ କ୍ରିକେଟ୍ ପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।

Leave a Reply

Your email address will not be published. Required fields are marked *