Sun. Apr 19th, 2026

ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଅଭିଯୋଗରେ ବିଜେଡି ଦଳରୁ ନିଲମ୍ବିତ ହେବା ପରେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇଙ୍କ ପ୍ରତି ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ବିଜେଡି କର୍ମୀ ଓ ନେତାମାନେ ତାଙ୍କ ବିରୋଧରେ କଡା ପ୍ରତିକ୍ରିୟା ଦେଉଛନ୍ତି।

ପୂର୍ବରୁ ବିରିଡି ଓ ତିର୍ତ୍ତୋଲ ଅଞ୍ଚଳରେ ବିଧାୟକଙ୍କ ବିରୋଧରେ ଆନ୍ଦୋଳନ ଦେଖାଯାଇଥିବା ବେଳେ, ବର୍ତ୍ତମାନ ରଘୁନାଥପୁରରେ ମଧ୍ୟ ଏହି ବିରୋଧ ତିବ୍ର ରୂପ ନେଇଛି। ରଘୁନାଥପୁର ବଜାର ସ୍ଥିତ ବିଜୁ ପଟ୍ଟନାୟକ ଛକରେ ବିଜେଡି କର୍ମୀମାନେ ବିଧାୟକ ରମାକାନ୍ତ ଭୋଇଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।

ଏହି ସମୟରେ କର୍ମୀମାନେ ବିଧାୟକଙ୍କ ବିରୋଧରେ ଜୋରଦାର ନାରାବାଜି କରିବା ସହ ତାଙ୍କର ତତ୍କ୍ଷଣାତ୍ ଇସ୍ତଫା ଦାବି କରିଥିଲେ। ଦଳବିରୋଧୀ କାର୍ଯ୍ୟକଳାପ କରିଥିବା ଅଭିଯୋଗରେ ତାଙ୍କୁ ବିଧାୟକ ପଦ ଛାଡିବାକୁ ପଡିବ ବୋଲି କର୍ମୀ ଓ ନେତାମାନେ ସ୍ପଷ୍ଟ କରିଛନ୍ତି।ସମଗ୍ର ଘଟଣାକୁ ନେଇ ତିର୍ତ୍ତୋଲ ରାଜନୀତିରେ ଉତ୍ତେଜନା ଚାଲିଥିବା ବେଳେ, ଆଗାମୀ ଦିନରେ ଏହି ବିରୋଧ ଆହୁରି ତିବ୍ର ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *