ନ୍ୟୁଜ ଡେକ୍ସ : ରାଜ୍ୟ ସରକାର ମନ୍ତ୍ରୀ, ବିଧାୟକ ଓ ବାଚସ୍ପତିଙ୍କ ଦରମା ବୃଦ୍ଧି ସମ୍ବନ୍ଧୀୟ ବିଲକୁ ପ୍ରତ୍ୟାହାର କରିଛନ୍ତି। ଗତ ବର୍ଷ ଆଗତ ହୋଇଥିବା ଏହି ବିଲ୍ ମାଧ୍ୟମରେ ବାଚସ୍ପତି, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦରମାକୁ ତିନି ଗୁଣା ବଢାଯାଇଥିଲା।
ନୂତନ ବ୍ୟବସ୍ଥା ଅନୁଯାୟୀ ବିଧାୟକମାନେ ଦରମା ଓ ଭତ୍ତା ମିଶାଇ ପ୍ରାୟ ୩ ଲକ୍ଷ ୪୫ ହଜାର ଟଙ୍କା ପାଇବାକୁ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ମୋଟ ଦରମା ପ୍ରାୟ ୩ ଲକ୍ଷ ୭୪ ହଜାର ଟଙ୍କା ହେବାର ଥିଲା। ସେହିପରି କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀମାନଙ୍କୁ ମୋଟ ୩ ଲକ୍ଷ ୬୦ ହଜାର ଟଙ୍କା ମିଳିବା ନିର୍ଦ୍ଧାରିତ ଥିଲା।
ଏହି ବୃଦ୍ଧି ଦେଶର ଅନ୍ୟ ରାଜ୍ୟଙ୍କ ତୁଳନାରେ ସର୍ବାଧିକ ଥିବାରୁ ବିଭିନ୍ନ ମହଲରୁ କଟୁ ସମାଲୋଚନା ହୋଇଥିଲା। ସମସ୍ତ ରାଜନୈତିକ ଦଳ ତରଫରୁ ଏହି ବିଲକୁ ଫେରାଇ ନେବାକୁ ସରକାରଙ୍କୁ ଅନୁରୋଧ ଜଣାଯାଇଥିଲା।ଏହା ପରେ ସରକାର ଆଜି ଏହି ଦରମା ବୃଦ୍ଧି ବିଲକୁ ପ୍ରତ୍ୟାହାର କରି ଏକ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନେଇଛନ୍ତି।

