Mon. Apr 20th, 2026

ନ୍ୟୁଜ ଡେକ୍ସ : ତିନି ଦିନିଆ ବ୍ୟସ୍ତ ଦିଲ୍ଲୀ ଗସ୍ତ ଶେଷ କରି ଆଜି ସକାଳେ ଭୁବନେଶ୍ବରକୁ ଫେରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିନା କୌଣସି ବିଶ୍ରାମରେ ସିଧାସଳଖ ଲୋକସେବା ଭବନ ପହଞ୍ଚି କାର୍ଯ୍ୟରେ ଯୋଗଦେଇଛନ୍ତି। ସେମାନଙ୍କର ଦୈନନ୍ଦିନ ପରିଶ୍ରମ ଏବଂ ଦେଶ-ରାଜ୍ୟ ପ୍ରତି ଅବିରତ ସମର୍ପଣ ଆଜି ପୁଣିଥରେ ଦୃଶ୍ୟମାନ ହେଲା।

ଗତ ଶୁକ୍ରବାର ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ଦୁଇଟି ବିଶେଷ କାର୍ଯ୍ୟକ୍ରମ ଏବଂ ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ କଲାପରେ ରାତିରେ ସେ ଦିଲ୍ଲୀ ଯାଇଥିଲେ। ଶନିବାର ଦିଲ୍ଲୀରେ ଥିବା ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଯୋଗଦେଇଥିବା ସହିତ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟି ଓଡିଶାସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଆଜି ସକାଳ ୭ଟାରେ ଦିଲ୍ଲୀରୁ ବିମାନଯାତ୍ରା କରି ଭୁବନେଶ୍ବର ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ, ବିନା ବିଶ୍ରାମରେ ସିଧାସଳଖ କାର୍ଯ୍ୟାଳୟକୁ ଯାଇ ଫାଇଲଗୁଡ଼ିକ ଖତିଆନ କରିବା, ଅଧିକାରୀମାନଙ୍କ ସହ ଆଲୋଚନା କରିବା ଭଳି କାମ ଆରମ୍ଭ କରିଛନ୍ତି।

ଆସନ୍ତା ସମୟରେ ମୁଖ୍ୟମନ୍ତ୍ରୀଙ୍କର କେନ୍ଦୁଝର ଜିଲ୍ଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି, ଯାହା ପାଇଁ ମଧ୍ୟ ସେ ଆବଶ୍ୟକ ପ୍ରସ୍ତୁତି କରୁଛନ୍ତି।ମୁଖ୍ୟମନ୍ତ୍ରୀ ମାଝୀ ପ୍ରାୟତଃ କହିଥାନ୍ତି,“ଓଡିଶାର ଲୋକଙ୍କ ସେବା କରିବା ଆମର ସର୍ବୋଚ୍ଚ ଦାୟିତ୍ୱ। ସମୃଦ୍ଧ ଓଡିଶା ଗଠନ ପାଇଁ ଆମେ ସବୁଠାରୁ ଅଧିକ ପରିଶ୍ରମ କରିବାକୁ ପଡିବ।”

Leave a Reply

Your email address will not be published. Required fields are marked *