Mon. Jun 29th, 2026

ନ୍ୟୁଜ ଡେକ୍ସ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ରାଜ୍ୟବାସୀଙ୍କ ପାଇଁ ଏକ ସ୍ୱତନ୍ତ୍ର କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁସାରେ ସରକାରୀ ଚିକିତ୍ସାଳୟରେ ଜନ୍ମ ନେଉଥିବା ପ୍ରତ୍ୟେକ ନବଜାତ ଶିଶୁଙ୍କୁ ଏକ ଗ୍ରାମ ଓଜନର ସୁନା ମୁଦି ଉପହାର ଭାବେ ପ୍ରଦାନ କରାଯିବ। ଏହି ମୁଦିର ମୂଲ୍ୟ ପ୍ରାୟ ୧୩ ହଜାର ୬ ଶହ ଟଙ୍କା ହେବ ବୋଲି ସୂଚନା ମିଳିଛି।

ସରକାର କହିଛନ୍ତି ଯେ ଏହି ଯୋଜନା ମାଧ୍ୟମରେ ନବଜାତ ଶିଶୁଙ୍କୁ ସ୍ୱାଗତ ଜଣାଇବା ସହ ପରିବାରକୁ ଶୁଭେଚ୍ଛା ଓ ଆଶୀର୍ବାଦ ପ୍ରଦାନ କରାଯିବ। ସ୍ଥାନୀୟ ସାଂସ୍କୃତିକ ପରମ୍ପରାରେ ମାମୁଁଙ୍କ ଉପହାରର ଯେଉଁ ଗୁରୁତ୍ୱ ରହିଛି, ତାହାକୁ ସମ୍ମାନ ଜଣାଇ ସରକାର ନିଜେ ମାମୁଁର ଭୂମିକା ଗ୍ରହଣ କରିବେ ବୋଲି ଘୋଷଣା କରିଛନ୍ତି।ଏହି ଯୋଜନାର ସଠିକ୍ କାର୍ଯ୍ୟାନ୍ୱୟନ, ତଦାରଖ ଓ ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ପରିଚାଳନା ୟୁନିଟ୍ ଗଠନ କରାଯିବ।

ଏହା ସହିତ ଯୋଜନାକୁ ସୁଚାରୁ ଭାବେ ଚଳାଇବା ପାଇଁ ଏକ ବିଶେଷ ଦଳ ମଧ୍ୟ ଗଠନ କରାଯାଉଛି।ବିଧାନସଭା ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରି ମୁଖ୍ୟମନ୍ତ୍ରୀ ବିଜୟ ଆସନ୍ତା ୧୫ ସେପ୍ଟେମ୍ବରରେ ଏହି ଯୋଜନାର ଆନୁଷ୍ଠାନିକ ଶୁଭାରମ୍ଭ କରିବେ। ଏହି ପଦକ୍ଷେପକୁ ନେଇ ରାଜ୍ୟ ସହ ସମଗ୍ର ଦେଶରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *