Sun. Jun 28th, 2026

ନ୍ୟୁଜ ଡେକ୍ସ : ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ଜାରି ରହିଥିବା ବେଳେ ଶନିବାର ସକାଳେ ପାକିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ହଠାତ୍ ଭୂମିକମ୍ପ ଝଟକା ଅନୁଭବ କରି ଆତଙ୍କିତ ଲୋକମାନେ ନିଜ ନିଜ ଘରୁ ବାହାରକୁ ଦୌଡ଼ି ଆସିଥିଲେ। ଅନେକ ସ୍ଥାନରେ କିଛି ସମୟ ପାଇଁ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।

ସୂଚନା ଅନୁଯାୟୀ, ସକାଳ ୮ଟା ୫୩ ମିନିଟ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ଜଣାଯାଇଛି ଯେ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ରହିଥିଲା। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୩୫ କିଲୋମିଟର ଗଭୀରରେ ଥିଲା।

ଅନ୍ୟପକ୍ଷରେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନର ଭୂପୃଷ୍ଠରୁ ପ୍ରାୟ ୪୦ରୁ ୭୫ କିଲୋମିଟର ଗଭୀରରେ ଅବସ୍ଥିତ ଥିଲା। ଭୂମିକମ୍ପର ଝଟକା ଅନେକ ଅଞ୍ଚଳରେ ଅନୁଭୂତ ହୋଇଥିବା ସୂଚନା ମିଳିଛି।ତେବେ ବର୍ତ୍ତମାନ ସୁଦ୍ଧା ଏହି ଭୂମିକମ୍ପ ଯୋଗୁଁ କୌଣସି ଜନହାନି କିମ୍ବା ବଡ଼ ଧରଣର କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ। ସମ୍ପୃକ୍ତ ସଂସ୍ଥାଗୁଡ଼ିକ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *